IND vs AUS 3rd T20: ଭାରତକୁ ୧୮୭ ରନ୍ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ, ଅର୍ଶଦୀପଙ୍କ ଘାତକ ବୋଲିଂ

ind-vs-aus-3rd-t20:-ଭାରତକୁ-୧୮୭-ରନ୍-ଟାର୍ଗେଟ୍-ଦେଲା-ଅଷ୍ଟ୍ରେଲିଆ,-ଅର୍ଶଦୀପଙ୍କ-ଘାତକ-ବୋଲିଂ

Published By: Avinash – Prameya-News7 Bureau | November 02, 2025 03:30 PM

NEWS7

Australia set 186 target for india in 3rd t20
BCCI X

ହୋବାର୍ଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍ ଆଜି ହୋବାର୍ଟର ବେଲେରିଭ୍ ଓଭାଲ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ନିମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ୧୮୬ ରନ୍ ଟାର୍ଗେଟ୍ ଦେଇଛି। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୧୮୭ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ଆଜି ଟିମ୍ ଡେଭିଡ୍ ସର୍ବାଧିକ ୭୪ ରନ୍ ମାର୍କସ ଷ୍ଟୋଇନିସ ୬୪ ରନ୍ ମାଥ୍ୟୁ ଶର୍ଟ ୨୪ ରନ୍ କରିଥିଲେ। ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓ ଶିବ ଦୁବେ ଗୋଟିଏ ୱିକେଟ ନେଇଛନ୍ତି।

ଗୁରୁବାର ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ଟାର୍ଭିସ୍ ହେଡ୍ ଓପନିଂ କର କରିବାକୁ ଆସିଥିଲେ। ହେଲେ ଓପନିଂ ଯୋଡ଼ି ସେତେଟା କମାଲ କରିପାରି ନଥିଲେ। ଟ୍ରାଭିସ୍ ହେଡ୍ ୬ ରନ୍ ଓ ମାର୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ଜସ ଇଙ୍ଗଲିସ୍ ମାତ୍ର ୧ ରନ୍ କରି ପାଭିଲିଅନ ଫେରିଯାଇଥିଲେ। ହେଲେ ଟିମ୍ ଡେଭିଡ୍ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ସେ ମାତ୍ର ୩୮ ବଲ୍‌ରେ ୭୪ ରନ୍ କରିଥିଲେ। ସେହିପରି ମାର୍କ ଷ୍ଟୋଇନିସ୍ ସର୍ବାଧିକ ୬୪ ରନ୍ କରିଥିବା ବେଳେ ବାକି ବ୍ୟାଟର୍ ଦୁଅ ଅଙ୍କ ବି ଛୁଇଁ ପାରି ନଥିଲେ।
ଭାରତ ପକ୍ଷରୁ ପ୍ରଥମ ବୋଲିଂ କରିବାକୁ ଆଶିଥିବା ଅର୍ଶଦୀପ ସିଂହ ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ହିଂ ସେ ଟ୍ରାଭିସ୍ ହେଡ୍‌ଙ୍କ ୱିକେଟ୍ ନେଇ ଦଳକୁ ବଡ଼ ସଫଳତା ଦେଇଥିଲେ। ଶିବମ ଦୁବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪୩ ରନ ଦେଇ ମାତ୍ର ଗୋଟିଏ ୱିକେଟ୍(ଷ୍ଟୋଇନିସ) ନେଇଥିଲେ।  ଅକ୍ସର ପଟେଲ୍ ମଧ୍ୟର ୪ ଓଭର କରି ୩୫ ରନ୍ ଦେଇଥିଲେ ବି ଗୋଟିଏ ବି ସଫଳତା ପାଇପାରି ନଥିଲେ। ସେହିପରି ବୁମ୍ରାଙ୍କୁ ମଧ୍ୟ ଆଜି କୌଣସି ସଫଳତା ମିଳିପାରି ନାହିଁ।    ​​​​​​​

Scroll to Top