ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ଫେରାର ବେଳେ ୨ ଦୁର୍ବୃତ୍ତଙ୍କୁ କାବୁକଲେ ଗ୍ରାମବାସୀ, ଜଣେ ଦୁର୍ବୃତ୍ତ ଫେରାର

ବ୍ୟବସାୟୀଙ୍କ-ଠାରୁ-ଟଙ୍କା-ଲୁଟି-ଫେରାର-ବେଳେ-୨-ଦୁର୍ବୃତ୍ତଙ୍କୁ-କାବୁକଲେ-ଗ୍ରାମବାସୀ,-ଜଣେ-ଦୁର୍ବୃତ୍ତ-ଫେରାର

ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ଫେରାର ବେଳେ ୨ ଦୁର୍ବୃତ୍ତଙ୍କୁ କାବୁକଲେ ଗ୍ରାମବାସୀ, ଜଣେ ଦୁର୍ବୃତ୍ତ ଫେରାର

Published By: Ruby – Prameya-News7 Bureau | November 02, 2025 01:13 PM

NEWS7

Remuna

ରେମୁଣା ୨୧୧: ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାରାଜ । ବାଲେଶ୍ବର ଚାନ୍ଦିପୁର ଥାନା ପୋଟାପୋଲ ଛକ ନିକଟରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ କରି ଫେରାର ବେଳେ ଦୁର୍ବୃତ୍ତଙ୍କୁ କାବୁକଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ରବିବାର ପୂର୍ବାହ୍ନ ସମୟରେ ତିନି ଜଣ ଦୁର୍ବୃତ୍ତ ପୋଟାପୋଲ ଛକ ନିକଟରେ ଏକ ବ୍ୟବସାୟୀଙ୍କୁ ଖଣ୍ଡା ଓ ଭୁଜାଲି ଦେଖାଇ ଲୁଟ୍ କରିଥିଲେ । ପରେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଲୁଟ୍ ପାଇଁ ଯାଇଥିଲେ ଜଣ ଦୁର୍ବୃତ୍ତ । ଠିକ୍ ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ଯାଇଥିଲେ । ଜଣେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁଇ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ପୋଲିସରେ ଜିମା ଦେଇଥିଲେ ।

Scroll to Top