ପୁରୀ ପୋଲିସକୁ ବଡ଼ ସଫଳତା : ୧୫୧ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

ପୁରୀ-ପୋଲିସକୁ-ବଡ଼-ସଫଳତା-:-୧୫୧-ଗ୍ରାମ-ବ୍ରାଉନସୁଗାର-ଜବତ,-୪-ଗିରଫ

ପୁରୀ ପୋଲିସକୁ ବଡ଼ ସଫଳତା : ୧୫୧ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

Published By: Kirti – Prameya-News7 Bureau | November 02, 2025 12:42 PM

NEWS7

break

ପୁରୀ ୦୨।୧୧ : ପୁରୀ ପୋଲିସର ଅପରେସନ ଚକ୍ରକୁ ବଡ଼ ସଫଳତା । ୧୫୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହାସହ ନଗଦ ୬ ଲକ୍ଷ ୩୦ ହଜାର ୭ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ, ବ୍ରାଉନସୁଗାର କାରବାର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପିପିଲି ଓ ପୁରୀ ପୋଲିସ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହିକ୍ରମରେ ପୋଲିସ ଚଢାଉ କରି ୧୫୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଲିଛି । ଏହାସହିତ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୭ ଟି ମୋବାଇଲ ଫୋନ୍, ଗୋଟିଏ ଚାରି ଚକିଆ ଗାଡି, ଗୋଟିଏ ବୁଲେଟ, ଦୁଇଟି ବାଇକ ଜବତ। ତେବେ ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Scroll to Top