ଭୁବନେଶ୍ୱରରେ ଶଙ୍କର ପୃଷ୍ଟି, ଏୟାରପୋର୍ଟରେ କହିଲେ- ସମସ୍ତ ଷଡଯନ୍ତ୍ରକାରୀଙ୍କ ତଥ୍ୟ ମୁଁ ସରକାରଙ୍କୁ ଦେବି
Published By: Kirti – Prameya-News7 Bureau | November 02, 2025 09:05 AM
NEWS7
ଭୁବନେଶ୍ୱର ୦୨।୧୧ : ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ନେପାଳ ସୀମାରୁ ଗିରଫ ପରେ ରବିବାର ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଏହି କେଳେଙ୍କାରୀ ମାମଲାରେ ପୋଲିସ ଶଙ୍କର ପୃଷ୍ଟିକୁ ରବିବାର ଦିନ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଶଙ୍କର ପୃଷ୍ଟିକୁ ଗିରଫ ସହ ଏକ ଫଚ୍ୟୁନର କାର୍ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ।
ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅଭିଯୁକ୍ତ ଶଙ୍କର ପୃଷ୍ଟି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପୁରା ମିଥ୍ୟା । ମୁଁ ଏତେ ଦିନ ଯାଏଁ କେଉଁଠି ଲୁଚିନଥିଲି । ମୋ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ଆଇନଗତ ଲଢେଇ ଜାରି ରଖୁଥିଲି । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି । ସେହିପରି ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କର ସହ ମୋର କୌଣସି ସଂପର୍କ ନାହିଁ। ସମସ୍ତ ଷଡଯନ୍ତ୍ରକାରୀଙ୍କ ତଥ୍ୟ ମୁଁ ସରକାରଙ୍କୁ ଦେବି ।




