“ରାମ ସେ ରାଷ୍ଟ୍ର”…ଅପରେସନ ସିନ୍ଦୂର କଥା ଉଲ୍ଲେଖ କରି ନୂଆ ମନ୍ତ୍ର ଦେଲେ ପିଏମ୍ ମୋଦୀ

“ରାମ-ସେ-ରାଷ୍ଟ୍ର”…ଅପରେସନ-ସିନ୍ଦୂର-କଥା-ଉଲ୍ଲେଖ-କରି-ନୂଆ-ମନ୍ତ୍ର-ଦେଲେ-ପିଏମ୍-ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ବିଧାନସଭାର ନୂଆ ଭବନ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଅପରେସନ ସିନ୍ଦୂର କଥା ଉଲ୍ଲେଖ କରି ଆତଙ୍କବାଦ ଓ ନକ୍ସଲବାଦ ବିରୁଦ୍ଧରେ ଭାରତର ନିର୍ଣ୍ଣାୟକ ଲଢେଇ କଥା ଉଲ୍ଲେଖ କରିଛନ୍ତି । ସେହିପରି ରାମ ସେ ରାଷ୍ଟ୍ରର ମନ୍ତ୍ର ଦେଇଛନ୍ତି ଓ ଏହାର ଅର୍ଥ ବି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ ସେ ରାଷ୍ଟ୍ରର ଗୋଟିଏ ଅର୍ଥ୍ ଏହା ମଧ୍ୟ ଯେ ଆମେ ମାନବତା ବିରୋଧୀ ଶକ୍ତିର ବିନାଶର ସଂକଳ୍ପ ନେବା, ଆତଙ୍କବାଦ ବିନାଶର ସଂକଳ୍ପ ନେବା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠାର ସମୟରେ ସମସ୍ତେ ଦେବ ସେ ଦେଶରାମ ସେ ରାଷ୍ଟ୍ରର ସଂକଳ୍ପ ନେଇଥିଲେ । ରାମ ସେ ରାଷ୍ଟ୍ରର ଅର୍ଥ ହେଉଛି ସୁଶାସନ ଓ ଜନକଲ୍ୟାଣର ରାଜ, ସବକା ସାଥ୍ ସବକା ବିକାଶ ଭାବନାରେ ଶାସନ । ରାମ ସେ ରାଷ୍ଟ୍ରର ଅର୍ଥ ହେଉଛି ଏପରି ସ୍ଥାନ ଯେଉଁଠି ନା କେହିଁ ଦୁଃଖୀ ଥିବେ ନା ଗରିବ ଥିବେ । ଯେଉଁଠି ସମାଜ ଗରିବୀରୁ ମୁକ୍ତି ହୋଇ ଆଗକୁ ବଢିବ । ଉଚ୍ଚ ନୀଚର ଭାବନାକ ସମାଜ ମୁକ୍ତ ହେବ । ସମାଜିକ ନ୍ୟାୟ ସ୍ଥାପନା ହେବ । ରାମ ସେ ରାଷ୍ଟ୍ର ଅର୍ଥ ହେଉଛି ମାନବତା ବିରୋଧୀ ଶକ୍ତିର, ଆତଙ୍କର ବିନାଶ ପାଇଁ ପ୍ରତିଜ୍ଞା…ଏବଂ ଏହା ହିଁ ଅପରେସନ ସିନ୍ଦୂରରେ ଆମ ଦେଖିଥିଲୁ ।

ନଭା ରାୟପୁରର ଅଟଳ ନଗରରେ ଛତିଶଗଡ଼ ବିଧାନସଭାର ନୂତନ କୋଠା ଉଦଘାଟନ କରିବା ପରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଅପରେସନ ସିନ୍ଦୂର ସମୟରେ ଆମେ ଏହି ସମାନ ସଂକଳ୍ପ ଦେଖିଥିଲୁ । ଭାରତ ଆତଙ୍କବାଦକୁ ନଷ୍ଟ କରିବାର ପ୍ରତିଜ୍ଞା ନେଇ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ଆଜି ଭାରତ ସମାଜରୁ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦକୁ ଦୂର କରିବା ଦିଗରେ ମଧ୍ୟ ଅଗ୍ରସର ହେଉଛି ।”

अयोध्या में राम मंदिर की प्राण-प्रतिष्ठा के समय हम सभी ने ‘देव से देश’ और ‘राम से राष्ट्र’ का संकल्प लिया था। उनके ननिहाल छत्तीसगढ़ में भी हमें उनके आदर्शों को साकार करना है। pic.twitter.com/rfmaXxJRWL

— Narendra Modi (@narendramodi) November 1, 2025

ଆତଙ୍କବାଦ ଏବଂ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଛତିଶଗଡ଼ ଯେଉଁ ପରିବର୍ତ୍ତନ ଦେଖିଛି ତାହା ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ । ଏକଦା ନକ୍ସଲବାଦ ଏବଂ ପଛୁଆ ପାଇଁ ଜଣାଶୁଣା ଏହି ରାଜ୍ୟ ଏବେ ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାର ପ୍ରତୀକ ପାଲଟିଛି । ବିକାଶ ଏବେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଧ୍ୟ ପହଞ୍ଚିଛି ।

Scroll to Top