ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ ଶ୍ରେୟସ ଆୟର, ହେଲେ ଏବେ ରହିବେ ସିଡନୀରେ

ହସ୍ପିଟାଲରୁ-ଡିଶ୍ଚାର୍ଜ-ହେଲେ-ଶ୍ରେୟସ-ଆୟର,-ହେଲେ-ଏବେ-ରହିବେ-ସିଡନୀରେ

ସିଡନୀ ୧।୧୧:  କ୍ରିକେଟ କରିଡରରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆହତ ଭାରତୀୟ ବ୍ୟାଟସ୍ ମ୍ୟାନ ଶ୍ରେୟସ ଆୟରଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଜ ମିଳିଯାଇଛି। ହେଲେ ସେ ବର୍ତ୍ତମାନ ପାଇଁ ସିଡନୀରେ ରହିବେ। ରିପୋର୍ଟ ଅନୁସାରେ ସେ କିଛି ଦିନ ପରେ ଭାରତ ଆସିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନିକଟରେ ଶେଷ ହୋଇଥିବା ଏକଦିବସୀୟ ମ୍ୟାଚ୍‌ ରେ ଫିଲ୍ଡିଂ କରୁଥିବା ବେଳେ ଏଲେକ୍ସ କ୍ୟାରୀଙ୍କ କ୍ୟାଚ୍ ନେବାକୁ ଯାଇ ଶ୍ରେୟସ ଆହତ ହୋଇଥିଲେ। ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା।

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଇସିୟୁରେ ଥିଲେ। ନିକଟରେ ସେ ଆଇସିୟୁରୁ ଜେନେରାଲ ୱାର୍ଡକୁ ସିଫ୍ଟ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଡିଶ୍ଚାର୍ଜ କରିଦେଇଛନ୍ତି। ଏହି ସୂଚନା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଦିଆଯାଇଛି। ଶ୍ରେୟସ୍ କ୍ୟାଚ୍ ଧରିବା ବେଳେ ସେ କେବଳ ଆହତ ହୋଇନଥିଲେ ତାଙ୍କ ଶରୀର ଭିତରେ ରକ୍ତସ୍ରାବ ହୋଇଯାଇଥିଲା। ଏଣୁ ତାଙ୍କୁ ତୁରନ୍ତ ଓ ସଘନ ଚିକିତ୍ସାର ଆବଶ୍ୟକତା ଥିଲା।

ହସ୍ପିଟାଲରୁ ଡଜିଶ୍ଚାର୍ଜ ହେବା ପରେ ସେ ଏବେ କିଛି ଦିନ ସିଡନୀରେ ଅବସ୍ଥାନ କରିବେ। ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶରେ ଭାରତ ଫେରିବେ। ତେବେ ଶ୍ରେୟସ ଟେଷ୍ଟ ଓ ଟି-୨୦ ଫର୍ମାଟରେ ଫେରିବାକୁ ବେଶ୍ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କୁ ୱାନଡେ ଫର୍ମାଟରେ ଲଗାତାର ଭାରତୀୟ ଟିମ୍‌ ରେ ସୁଯୋଗ ମିଳୁଛି। ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ମ୍ୟାଚରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଟିମ୍ କୁ ବିଜୟୀ କରିବାରେ ସହାୟକ ହୋଇଥିଲେ।

🚨 GOOD NEWS ON SHREYAS IYER 🚨

– Shreyas Iyer has been discharged from the Hospital, he is now stable and recovering well. 🤞 pic.twitter.com/IR8sOdt0vR

— Johns. (@CricCrazyJohns) November 1, 2025

Scroll to Top