ଗତ କିଛି ମାସ ମଧ୍ୟରେ, ପାକିସ୍ତାନ ଖାସ୍ କରି ISKP ଆତଙ୍କବାଦୀମାନଙ୍କୁ ତାଲିମ ଦେବା ପାଇଁ ଶିବିର ସଂଖ୍ୟା ବୃଦ୍ଧି କରିଛି। ଆଫଗାନ ତାଲିବାନ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ISI ୧୦୦୦ ରୁ ଅଧିକ ISKP ଆତଙ୍କବାଦୀଙ୍କୁ ତାଲିମ ଦେବାକୁ ଯୋଜନା କରୁଛି ବୋଲି ଗୁଇନ୍ଦା ବ୍ୟୁରୋ ଅଧିକାରୀମାନେ କହିଛନ୍ତି।
/odishatv-khabar/media/media_files/2025/11/01/pakistani-army-training-terrorists-2025-11-01-15-11-30.jpg)
Pakistani-Army-Training-Terrorists Photograph: (OTV)
ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ । ISIS ଆତଙ୍କବାଦୀଙ୍କୁ କରୁଛି ଆତ୍ମଘାତୀ । ଚାରୋଟି ଶିବିରରେ ଦିଆଯାଉଛି ଟ୍ରେନିଂ । ଟାର୍ଗେଟରେ ଅଛି ଜମ୍ମୁ-କଶ୍ମୀର ।
ଆଉ ଏକ ପହଲଗାମ ପାଇଁ ପ୍ରସ୍ତୁତ ମୁନିର ସେନା ।
ଏଭଳି ଖବର ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନ ଧୀରେ ଧୀରେ ଇସଲାମିକ୍ ଷ୍ଟେଟ୍ ଖୁରାସାନ୍ ପ୍ରଦେଶ ବା ISKPର କିଛି ଆତଙ୍କବାଦୀଙ୍କୁ ଜମ୍ମୁ-କାଶ୍ମୀର ଆଡକୁ ପଠାଇପାରେ। ଡୁରଣ୍ଡ ରେଖାକୁ ନେଇ ଆଫଗାନ ତାଲିବାନ ସହିତ ଉତ୍ତେଜନା ବୃଦ୍ଧି ପାଇବା ପରଠାରୁ, ବର୍ତ୍ତମାନ ପାକିସ୍ତାନ ଏବଂ ISKP ଆତଙ୍କବାଦୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି। ଏହି କାରଣରୁ ପାକିସ୍ତାନ ମଧ୍ୟ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି ଏବଂ ତାଲିବାନ ମଧ୍ୟ ଏହାର କଡ଼ା ଜବାବ ଦେଇଛି।
ଗତ କିଛି ମାସ ମଧ୍ୟରେ, ପାକିସ୍ତାନ ଖାସ୍ କରି ISKP ଆତଙ୍କବାଦୀମାନଙ୍କୁ ତାଲିମ ଦେବା ପାଇଁ ଶିବିର ସଂଖ୍ୟା ବୃଦ୍ଧି କରିଛି। ଆଫଗାନ ତାଲିବାନ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ISI ୧୦୦୦ ରୁ ଅଧିକ ISKP ଆତଙ୍କବାଦୀଙ୍କୁ ତାଲିମ ଦେବାକୁ ଯୋଜନା କରୁଛି ବୋଲି ଗୁଇନ୍ଦା ବ୍ୟୁରୋ ଅଧିକାରୀମାନେ କହିଛନ୍ତି। ଭାରତୀୟ ଏଜେନ୍ସିଗୁଡ଼ିକ ମଧ୍ୟ ଏହାକୁ ସ୍ୱିକାର କରିଛନ୍ତି ଆୟ କହିଛନ୍ତି, ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ଦିଆଯାଉଛି। ସେମାନକୁ ଆତ୍ମଘାତୀ ବିସ୍ଫୋରଣକାରୀ ହେବାକୁ ମଧ୍ୟ ପ୍ରଶିକ୍ଷଣ କରାଯାଉଛି। ପାକିସ୍ତାନ ସେନାର ଅନେକ ବର୍ତ୍ତମାନ ଏବଂ ପୂର୍ବତନ ଅଧିକାରୀମାନେ ଏହି ତାଲିମ ପ୍ରକ୍ରିୟାରେ ସାମିଲ ଅଛନ୍ତି ବୋଲି କୁହାଯାଉଛି।
ବିଶେଷଜ୍ଞଙ୍କ ମତରେ, ISKPର ଧ୍ୟାନ ବର୍ତ୍ତମାନ ଆଫଗାନିସ୍ତାନ ଉପରେ ଥିବାବେଳେ, ସେମାନେ ଚେତାବନୀ ଦେଇଛନ୍ତି ଯେ ଏହାର ପ୍ରଭାବ ଭବିଷ୍ୟତରେ ସମଗ୍ର ଅଞ୍ଚଳ ଉପରେ ପଡ଼ିପାରେ। ISKP ମଧ୍ୟ ଭାରତ ଉପରେ ନଜର ରଖିଛି। ପାକିସ୍ତାନ ଧୀରେ ଧୀରେ କିଛି ISKP ଆତଙ୍କବାଦୀଙ୍କୁ ଜମ୍ମୁ କାଶ୍ମୀର ପଠାଇପାରେ। ପାକିସ୍ତାନୀ ସେନା ଯେପରି ଖୋଲାଖୋଲି ଭାବରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିମ ଦେଉଛି, ତାହା ଭାରତୀୟ ଏଜେନ୍ସିଗୁଡ଼ିକର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।




