ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ, ଏହା ସଫଳ ହେଉଛି

ସରକାରଙ୍କ-ସ୍ବପ୍ନ-ଥିଲା-ଉନ୍ନତମାନର-ଇଣ୍ଡଷ୍ଟ୍ରି-ଓଡ଼ିଶାକୁ-ଆସୁ,-ଏହା-ସଫଳ-ହେଉଛି

ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ, ଏହା ସଫଳ ହେଉଛି

Published By: Ruby – Prameya-News7 Bureau | November 01, 2025 01:47 PM

NEWS7

Ashwini Vaishnaw

ଭୁବନେଶ୍ବର ୧: ରାଜଧାନୀ ଭୁବନେଶ୍ବରରେ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଭୂମିପୂଜା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଯୋଗଦେଲେ କେନ୍ଦ୍ର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରରେ କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାରେ ଡବଲ୍ ବିକାଶ ହେଉଛି । ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ ଏହା ସଫଳ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗାମୀ ବର୍ଷରେ ସେମିକଣ୍ଡକ୍ଟର କ୍ଷେତ୍ରରେ ବହୁମାତ୍ରାରେ ସୁଯୋଗ ରହିଛି ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୁଅନ୍ତୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏବଂ ମନ୍ତ୍ରାଳୟ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ଡାଟା ସେଣ୍ଟର ପଲିସି ଆଣନ୍ତୁ ବୋଲି ରାଜ୍ୟ ସରକାରକୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରୋଡ଼, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ

ଏହାସହ, ଭୁବନେଶ୍ୱର ଆଇଆଇଟିରେ ନିଜ ଏମ୍‌ପି ଲାଡ୍‌ରେ ସେମିକଣ୍ଡକ୍ଟର ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ଆଇଆଇଟି ଭୁବନେଶ୍ୱରରେ ନମୋ ସେମିକଣ୍ଡକ୍ଟର ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଇଣ୍ଡଷ୍ଟ୍ରି ଓ ଏକାଡେମୀକୁ ଯୋଡିବା ପାଇଁ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହା ପ୍ରତିଷ୍ଠା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି

Scroll to Top