ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର, ଗତ ୮ ତାରିଖରୁ ଥିଲେ ନିଖୋଜ
Published By: Ruby – Prameya-News7 Bureau | November 01, 2025 11:02 AM
NEWS7
ପାଟଣାଗଡ଼ ୧।୧୧: ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରତାଖଣ୍ଡି ଗାଁ ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ପଚାସଢା ମୃତଦେହ ଉଦ୍ଧାର ହୋଇଛି । ଗତ ଅକ୍ଟୋବର ୮ ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ ।
ସୂତନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ରତାଖଣ୍ଡି ଗାଁରୁ ନିଖୋଜ ଯୁବତୀଙ୍କ ପଚାସଢା ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ଅକ୍ଟୋବର ୮ ତାରିଖରୁ ଯୁବତୀ ଜଣକ ନିଖୋଜ ଥିଲେ ବୋଲି ଜଣାପଡିଛି ।
ତେବେ ନିଖୋଜ ଯୁବତୀଙ୍କ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।




