V

v

ବାଲୁଗାଁ ଥାନା ଗାନ୍ଧି ଛକରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମାରୁଥିବା ଭିଡିଓ ଭାଇରଲ ହେଉଛି। ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

author-image

Beaten

Beaten Photograph: (OTV)

ବିଚ ବଜାରରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼। ବାଲୁଗାଁ ଥାନା ଗାନ୍ଧି ଛକରେ ଜନଗହଳି ମଧ୍ୟରେ ଜଣେ ଶ୍ରମିକଙ୍କୁ ଉଲଗ୍ନ କରି  ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରଲ ହେଉଛି। ଏମିତିକି ପୋଲିସ ଭ୍ୟାନ ପାଖରେ ହାତାହାତି ହେଉଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଖସି ପଳାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି | ଏଭଳି ଏକ ସ୍ପର୍ଶ କାତର ଘଟଣା କୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ଉପୁଜିଛି | 
ଯଦି ପୋଲିସ ଶ୍ରମିକଙ୍କୁ ଉଦ୍ଧାର କରିଥାନ୍ତା କିମ୍ବା ଗଣ୍ଡଗୋଳ କୁ ଅଟକାଇ ଥାନ୍ତା ତେବେ ଏଭଳି ଘଟଣା ସାମ୍ନାକୁ ଆସିନଥାନ୍ତା ବୋଲି ଅଭିଯୋଗ କରିଛନ୍ତି ଆହତ ବ୍ୟକ୍ତି। ବାଲୁଗାଁ ଗାନ୍ଧି ଛକକୁ ପ୍ରତିଦିନ ଭଳି ବାଣପୁର ବିଷରପାଟଣା ସାହିର ଜାନକୀ ବଲ୍ଲଭ ମିଶ୍ର ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ | 
କୌଣସି କାରଣରୁ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ହେଲା ଆଉ ତାପରେ କିଛି କିନ୍ନର ଆସି ତାଙ୍କୁ ବିରୋଧ କରିଥିଲେ ଏବଂ ଗାନ୍ଧି ଛକରେ ପୋଲିସ ଉପସ୍ଥିତିରେ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିଥିବାର ଅଭିଯୋଗ କରିଛନ୍ତି ଜାନକୀ | ଏନେଇ ଜାନକୀଙ୍କ ପତ୍ନୀ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସେପଟେ ଜାନକୀ କୌଣସି ଏକ  ଧାରୁଆ ଅସ୍ତ୍ର ରେ  ସେମାନଙ୍କୁ  ଆକ୍ରମଣ ଅଭିଯୋଗ କରିଛନ୍ତି ଦୁଇଜଣ କିନ୍ନର।

Scroll to Top