`ସୁଭଦ୍ରା’ ଆଶାୟୀଙ୍କ ପାଇଁ ଖୁସି ଖବର। ପୁଣି ଖୋଲିବ `ସୁଭଦ୍ରା’ ପୋର୍ଟାଲ। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ `ସୁଭଦ୍ରା’ ଆବେଦନ । ୨୧ ବର୍ଷ ବୟସ ହୋଇଥିଲେ ଆବେଦନ କରିପାରିବେ।
![]()
/odishatv-khabar/media/media_files/2025/11/01/subhadra-yojana-2025-11-01-08-56-27.jpg)
Subhadra Yojana Photograph: (OTV)
ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଆବେଦନ । ୨୧ ବର୍ଷ ବୟସ ହୋଇଥିଲେ ଯୁବତୀ ଓ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ପୋର୍ଟାଲ ବ୍ୟବହାର କରି ହେବ ।
ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ କୋଟିଏ ୯୬ ହଜାର ୩୦୭ ଜଣ ଦ୍ବିତୀୟ କିସ୍ତି ପାଇଛନ୍ତି । ପରେ ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି । ତେବେ ଚତୁର୍ଥ କିସ୍ତି ଦେବା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିଥିବା କିଛି ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ ।
• ଆଜିଠୁ ପୁଣି `ସୁଭଦ୍ରା’ ଆବେଦନ
• `ସୁଭଦ୍ରା’ ଆଶାୟୀଙ୍କ ପାଇଁ ଖୁସି ଖବର
• ପୁଣି ଖୋଲିବ `ସୁଭଦ୍ରା’ ପୋର୍ଟାଲ
• ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ `ସୁଭଦ୍ରା’ ଆବେଦନ
• ୨୧ ବର୍ଷ ବୟସ ହୋଇଥିଲେ ଆବେଦନ କରିପାରିବେ
• ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
• ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିଲେ
• ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି
• ଚତୁର୍ଥ କିସ୍ତି ଦେବା ପୂର୍ବରୁ ନୂଆ ହିତାଧିକାରୀଙ୍କୁ ସାମିଲ ଲକ୍ଷ୍ୟ
• ମାର୍ଚ୍ଚ ୮ରେ ମିଳିବ ପରବର୍ତ୍ତୀ `ସୁଭଦ୍ରା’ କିସ୍ତି




