ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ। ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା। ମେ ୩୧ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିମି ପର୍ଯ୍ୟନ୍ତ ମାଛ ଧରିପାରିବେନି।
![]()
/odishatv-khabar/media/media_files/2025/11/01/fishing-2025-11-01-10-12-18.jpg)
Fishing Photograph: (OTV)
ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ ମନା ହୋଇଛି । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ ହୋଇଛି । କଇଁଛ ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ ବ୍ୟାପକ କଟକଣା ଲାଗିଛି। ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ବନ୍ଦ ସହ ଆଇନ ଭାଙ୍ଗିଲେ ଜେଲ୍ ଓ ଜରିମାନା ଦେବାକୁ ପଡ଼ିବ ।
• ୭ ମାସ ସମୁଦ୍ରରେ ମାଛଧରା ନିଷେଧ
• ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ
• ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା
• ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା
• ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିପାରିବେନି
• ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛଧରା ନିଷେଧ
• କଇଁଛଙ୍କ ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ କଟକଣା
• ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ବନ୍ଦ, ନିୟମ ନମାନିଲେ ଜେଲ୍




