ଗତକାଲି ସନ୍ଧ୍ୟାରେ କାମ ସାରି ଫେରିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ। ୩ ଅଜଣା ଯୁବକ ଟଣାଓଟରା କରିବା ସହ ମୁହଁରେ ସ୍ପ୍ରେ କରିଦେଇଥିଲେ। ଘଟଣାରେ ଦୁଇ ଯୁବକକୁ ଅଟକ ରଖି ପୋଲିସର ତଦନ୍ତ।
![]()
/odishatv-khabar/media/media_files/2025/11/01/rape-2025-11-01-10-45-18.jpg)
Rape Photograph: (OTV)
ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ଆଧାରରେ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅଞ୍ଚଳରୁ ଆସିଲା ସାଂଘାତିକ ଅଭିଯୋଗ। ହିକୁଡି ଗାଁ ନିକଟରେ ଥିବା ଟାଟା ମୋଟର୍ସର ଜଣେ ମହିଳା କର୍ମଚାରୀଙ୍କୁ ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଯୁବତୀ ଜଣକ ଗତ କାଲି ସନ୍ଧ୍ୟାରେ କାମ ସାରି ଫେରୁଥିବା ସମୟରେ ଆଇଟିଆଇ ନିକଟରେ ତିନିଜଣ ମୁଖା ପିନ୍ଧା ଯୁବକ ଆସି ପ୍ରଥମେ ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ମୁହଁରେ ସ୍ପ୍ରେ କରିଦେଇଥିଲେ। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ ଯୁବକମାନଙ୍କୁ ଚିହ୍ନି ନଥିବା କହିଥିଲେ ବି ପୋଲିସ ଦୁଇ ଜଣ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବୀରମହାରାଜପୁର ଏସଡିପିଓ ସୂଚନା ଦେଇଛନ୍ତି।
• ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
• ବୀରମହାରାଜପୁର ଥାନା ଧର୍ମଶାଳା ଫାଣ୍ଡି ଅଞ୍ଚଳରୁ ଆସିଲା ସାଂଘାତିକ ଅଭିଯୋଗ
• ହିକୁଡି ଗାଁ ସରକାରୀ ଆଇଟିଆଇ ନିକଟରେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ
• ଗତକାଲି ସନ୍ଧ୍ୟାରେ କାମ ସାରି ଫେରିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ
• ୩ ଅଜଣା ଯୁବକ ଟଣାଓଟରା କରିବା ସହ ମୁହଁରେ ସ୍ପ୍ରେ କରିଦେଇଥିଲେ
• ଘଟଣାରେ ଦୁଇ ଯୁବକକୁ ଅଟକ ରଖି ପୋଲିସର ତଦନ୍ତ




