ନୂଆପଡ଼ାରେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ ଘଟଣା, ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲା ବିଜେଡି

ନୂଆପଡ଼ାରେ-ପୂର୍ବତନ-ବିଧାୟକଙ୍କ-ଘରେ-ଚଢ଼ାଉ-ଘଟଣା,-ସାମ୍ବାଦିକ-ସମ୍ମିଳନୀରେ-ବିଜେପି-ଉପରେ-ବର୍ଷିଲା-ବିଜେଡି

ଭୁବନେଶ୍ବର: ଶୁକ୍ରବାର ନୂଆପଡ଼ା ଖରିଆର ରୋଡ ସ୍ଥିତ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଭଡ଼ା ଘରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଯାହାକୁ ବିରୋଧ କରିଥିଲେ ବିଜେଡି କର୍ମୀ ତଥା ପ୍ରୀତିରଞ୍ଜନଙ୍କ ସମର୍ଥକ । ଫଳରେ ଏହି ସମୟରେ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା।

ତେବେ ଏହି ଘଟଣାକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘‘ଛତିଶଗଡ଼ରୁ ବିଜେପି କର୍ମୀମାନେ ପୋଲିସ୍ ପୋଷାକ ପିନ୍ଧି ଆସିଛନ୍ତି। ଲୋକଙ୍କୁ ଧମକାଇବା କରୁଛନ୍ତି।   ଖରିଆର ରୋଡରେ ରହୁଥିବା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ କରିଛନ୍ତି ପୋଲିସ୍। ଘର କବାଟ ଭାଙ୍ଗି ବଳପୂର୍ବକ ଘରେ ପଶି ରେଡ୍ କଲେ । ଏଭଳି ଚଢ଼ାଉ ପଛରେ ସର୍ଚ୍ଚ ୱାରେଣ୍ଟି ରହିଛି କି ବିଜେଡି କର୍ମୀ ପ୍ରଶ୍ନ କରିବାରୁ କୌଣସି ଉତ୍ତର ରଖିପାରିଲେ ନାହିଁ। ହେଲେ ଘରେ ରେଡ କରି କିଛି ପାଇନଥିଲା ପୋଲିସ୍। ଶସ୍ତା ରାଜନୀତି କରି ଏଭଳି ନ କରନ୍ତୁ ମୋହନ ମାଝୀ ।

‘‘ତିନି ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକ କରିବେ ପ୍ରଚାର । ଏଥିପାଇଁ ଏବେ ଠାରୁ ଚିନ୍ତାରେ ପଡ଼ିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଲେ ଯେ, ସରକାରୀ ଦଳ ପାଇଁ ସବୁକିଛି କର। କଲେକ୍ଟର ମଧ୍ୟ ବିଜେପି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏସପି, ଜିଲ୍ଲାପାଳ ନୂଆପଡ଼ାରେ ବିଜେପି  ପାଇଁ ପ୍ରଚାରରେ ଲାଗିଛନ୍ତି’’ ବୋଲି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି। 

ଏପଟେ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ସୁଲଟା ଦେଓ ମଧ୍ୟ ଜୋରଦାର ବର୍ଷିଛନ୍ତି।  ସେ କହିଛନ୍ତି, ବିଜେପି ଦଳର ନେତାଙ୍କ ଘରେ କେତେ ଚଢ଼ାଉ ହୋଇଛି ? ତେଣୁ ଏଭଳି ଘୃଣ୍ୟ ରାଜନୀତି ନ କରନ୍ତୁ, ନହେଲେ ଲୋକେ ବିଜେପି ସରକାରଙ୍କୁ ଫିଙ୍ଗି ଫୋପାଡ଼ି ଦେବେ ବୋଲି କହିଛନ୍ତି ସୁଲତା ଦେଓ ।

Scroll to Top