ୱାଶିଂଟନ : ପୂର୍ବତନ ଆମେରିକୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ଟ୍ରମ୍ପଙ୍କ ପୂର୍ବତନ ସାଥି ଜନ୍ ବୋଲଟନ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇ ଥିବା ଟାରିଫ୍ ୱାଶିଂଟନ ପାଇଁ ସବୁଠୁ ଖରାପ ପରିଣାମ ନେଇ ଆସିବ। ଏଥିରେ ଆମେରିକା ପାଇଁ ନୂଆଦିଲ୍ଲୀ ଆହୁରି ଦୂର ହୋଇ ଯାଇଛି ଏବଂ ରୁଷ୍ ଓ ଚୀନ ଠାରୁ ଦୂରେଇବାରେ ଆମେରିକାର ଅନେକ ଦଶନ୍ଧିର ପ୍ରୟାସ ଅସଫଳ ହୋଇଯାଇଛି। ସେ କହିଛନ୍ତି ଏହି ପଦକ୍ଷେପର ଓଲଟା ପ୍ରଭାବିତ ହୋଇଛି, ଯେଉଁଥିର ଭାରତ ସହ ସମ୍ୱନ୍ଧ ଉତ୍ତେଜନାପୂର୍ଣ୍ଣ ହୋଇଛି, ଯାହାକି ଚୀନକୁ ଏଥିରେ କୌଣସି ଫରକ ପଡ଼ି ନାହିଁ , ଏବଂ ଆମେରିକାର ଏକ ପ୍ରମୁଖ ଲକ୍ଷ୍ୟ ଦୁର୍ବଳ ହୋଇ ଯାଇଛି। ବୋଲଟନ ରୁଷ୍ ତୈଳ କ୍ରୟ ନେଇ ନୂଆ ଦିଲ୍ଲୀ ଉପରେ ଲଗାଯାଇ ଥିବା ଖୁବ୍ ଟାରିଫ୍ ଆଡ଼କୁ ଇଙ୍ଗିତ କରିଥିଲେ ଏବଂ ଟ୍ରମ୍ପଙ୍କୁ ଭାରତ ଅପେକ୍ଷା ଚୀନକୁ ସମର୍ଥନ କରିବାର ଅଭିଯୋଗ କରି ଏହାକୁ ଏକ ସମ୍ଭାବ୍ୟ ବଡ଼ ଭୁଲ୍ ଭାବେ ଦର୍ଶାଇଛନ୍ତି।
ଟ୍ରମ୍ପ ଏପ୍ରିଲରେ ଚୀନ ବିରୁଦ୍ଧରେ ଏକ ସଂକ୍ଷିପ୍ତ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିଲେ କିନ୍ତୁ ଏକ ଚୁକ୍ତି ଅପେକ୍ଷାରେ ରହି ଏହାକୁ ବୃଦ୍ଧି କରିବାରୁ ସେ ନିବୃତ୍ତି ରହିଛନ୍ତି। ସେ ଭାରତ ଉପରେ ୫୦ ଟାରିଫ୍ ଲଗାଇଛନ୍ତି। ସିଏନଏନ ସହ କଥାବାର୍ତ୍ତା ବେଳେ ବୋଲଟନ କହିଛନ୍ତି ଯେ, ଏହା ବିଡମ୍ୱନା ଯେ, ରୁଷ୍କୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟରେ ଲଗାଯାଇ ଥିବା ଟାରିଫ ,ଭାରତକୁ ରୁଷ୍ ଓ ଚୀନ ଆଡ଼କୁ ଖୁବ୍ ନିକଟତର କରିପାରେ ଏବଂ ବୋଧହୁଏ ତାଙ୍କୁ ଆମେରିକା ବିରୋଧରେ ମିଶି କଥାବାର୍ତ୍ତା କରିବା ପାଇଁ ପ୍ରେରିତ କରିପାରେ। ସେ କହିଛନ୍ତି , ଚୀନ ପ୍ରତି ଟ୍ରମ୍ପଙ୍କ ନରମ ଓ ଭାରତ ଉପରେ ଖୁବ୍ ଟାରିଫ୍, ଭାରତକୁ ରୁଷ୍ ଓ ଚୀନ୍ ଠାରୁ ଦୂରେଇବାରେ ଅନେକ ଦଶନ୍ଧିର ପୁରୁଣା ଆମେରିକାର ପ୍ରୟାସକୁ ବିପଦରେ ପକାଇ ପାରେ।
ଦ ହିଲ୍ ପାଇଁ ଏକ ସମ୍ପାଦକୀୟରେ , ବୋଲଟନ କହିଛନ୍ତି ଯେ, ବେଜିଂ ପ୍ରତି ଟ୍ରମ୍ପଙ୍କ ନରମ ଆଭିମୁଖ୍ୟକୁ ରାଷ୍ଟ୍ରପତି ଶି ଜିନପିଙ୍ଗ୍ଙ୍କ ସାଥିରେ ଚୁକ୍ତି ପାଇଁ ଇଚ୍ଛୁକତାରେ ଆମେରିକୀୟ ରଣନୀତି ହିତକୁ ବଳି ଚଢାଇବା ଭାବେ ଦେଖାଯାଇ ପାରେ। ସେ ଲେଖିଛନ୍ତି , ଏମିତି ଲାଗୁଛି ଯେ, ହ୍ୱାଇଟ୍ ହାଉସ୍ ଟାରିଫ୍ ଦର ଓ ଅନ୍ୟ ମାନଦଣ୍ଡ ଉପର ବେଜିଂ ସହ ନୂଆ ଦିଲ୍ଲୀର ତୁଳନାର ଅଧିକ ନରମ ଭାବ ପୋଷଣ କରି ଆଗେଇଛି। ଯଦି ଏମିତି ହୁଏ, ତ ଏହା ଏକ ବଡ଼ ଭୁଲ୍ ହେବ। ଟ୍ରମ୍ପଙ୍କ ଅତିରିକ୍ତ ଟାରିଫ୍ ଏବେସୁଧା ଭାରତକୁ ରୁଷୀୟ ତୈଳ କିଣିବା ବନ୍ଦ କରିବା ପାଇଁ ରାଜି କରାଇବାରେ ଅସଫଳ ରହିଛି। ଭାରତ ସ୍ପଷ୍ଟ ଭାବେ କହିଛି ଯେ, ଦେଶ ହିତରେ ଯେଉଁ ନିଷ୍ପତ୍ତି ନିଆଯିବ ,ତାହା ଆମେ କାର୍ଯ୍ୟକାରୀ କରିବୁ।




