ମୁମ୍ୱାଇ ୩୧/୧୦: ଅଷ୍ଟ୍ରେଲିଆକୁ ପାଞ୍ଚ ୱିକେଟରେ ହରାଇ ଫାଇନାଲ୍ରେ ଭାରତୀୟ ମହିଳା ଦଳ । ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲରେ ପହଞ୍ଚିଛି । ଗୁରୁବାର, ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇର DY ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅନୁଷ୍ଠିତ ଏହି ମ୍ୟାଚ୍ । ଭାରତୀୟ ଦଳକୁ ୩୩୯ ରନର ଟାର୍ଗେଟ ଦିଆଯାଇଥିଲା । ତେବେ ୪୯ତମ ଓଭରର ତୃତୀୟ ବଲରେ ଭାରତ ଏହାକୁ ସହଜରେ ହାସଲ କରିନେଇଥିଲା ।
ହରମାନ ବ୍ରିଗେଡ ଏବେ ଫାଇନାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ । ଯାହା ରବିବାର, ନଭେମ୍ବର ୨ ତାରିଖରେ ସମାନ ସ୍ଥାନରେ ଖେଳାଯିବ । ତେବେ ବିଜୟ ପରେ ସମସ୍ତେ ଭାରତୀୟ ମହିଳା ଦଳର ପ୍ରଭାବଶାଳୀ ପ୍ରଦର୍ଶନକୁ ପ୍ରଶଂସା କରୁଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ମହିଳା ବ୍ରିଗେଡଙ୍କର ବିଜୟ ନେଇ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଉପରେ ଆମ ଦଳର ଅବାସ୍ତବ ବିଜୟ ।
What a victory by our team over a mighty opponent like Australia. A great chase by the girls and a standout performance by Jemimah in a big game. A true display of resilience, belief, and passion. Well done, Team India! 🇮🇳
— Virat Kohli (@imVkohli) October 31, 2025
କିଙ୍ଗ କୋହଲି X ରେ ଲେଖିଛନ୍ତି। ମହିଳା ଟିମ୍ ଜବରଦସ୍ତ ରନ-ଚେଜ୍ କରିଥିଲେ । ଖାସ୍ କରି ଜେମିମା ବଡ଼ ମ୍ୟାଚ୍ ରେ କରିଥିଲେ ଚମତ୍କାର ପ୍ରଦର୍ଶନ । ବିଜୟ ସାହସ, ଆତ୍ମବିଶ୍ୱାସ ଓ ଆବେଗର ପ୍ରକୃତ ପ୍ରଦର୍ଶନ । ଭଲ ଖେଳିଛି, ଟିମ୍ ଇଣ୍ଡିଆ। ଟାର୍ଗେଟ ପିଛା କରିବା ସମୟରେ, ଭାରତୀୟ ଦଳର ବ୍ୟାଟସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ଜେମିମାହ ରଡ୍ରିଗସ୍ ସବୁଠାରୁ ପ୍ରଭାବଶାଳୀ ଥିଲେ । ଜେମିମା ଚାପରେ ଚମତ୍କାର ବ୍ୟାଟିଂ କରିଥିଲେ । ଦଳକୁ ବିଜୟୀ କରାଇଥିଲେ।
ତାଙ୍କର ଇନିଂସ କେବଳ ମ୍ୟାଚ୍ର ଗତି ବଦଳାଇ ନଥିଲା ବରଂ ବଡ଼ ସମୟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ବୋଲି ପ୍ରମାଣ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ, ଜେମିମା ୧୩୪ ବଲ୍ରେ ୧୪ ଚୌକା ସହିତ ଅପରାଜିତ ୧୨୭ ରନ୍ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ମଧ୍ୟ ୮୮ ବଲ୍ରେ ୧୦ ଚୌକା ଏବଂ ଦୁଇଟି ଛକା ସହାୟତାରେ ୮୯ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜେମିମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।




