ସିଏମ୍‌ସି କାଉନସିଲ ବୈଠକରେ ହଙ୍ଗାମା, ବିଜେଡି ଓ ବିଜେପି କର୍ପୋରେଟର ମୁହାଁମୁହିଁ

ସିଏମ୍‌ସି-କାଉନସିଲ-ବୈଠକରେ-ହଙ୍ଗାମା,-ବିଜେଡି-ଓ-ବିଜେପି-କର୍ପୋରେଟର-ମୁହାଁମୁହିଁ

ସିଏମ୍‌ସି କାଉନସିଲ ବୈଠକରେ ହଙ୍ଗାମା, ବିଜେଡି ଓ ବିଜେପି କର୍ପୋରେଟର ମୁହାଁମୁହିଁ

Published By: Prativa – Prameya-News7 Bureau | October 31, 2025 02:24 PM

NEWS7

cmc meeting

କଟକ ୩୧/୧୦: ସିଏମସି କାଉନସିଲ ବୈଠକରେ ହଙ୍ଗାମା । ବୈଠକରେ ଖରାପ ଶବ୍ଦର ପ୍ରୟୋଗକୁ ନେଇ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର । ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି । ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା । 

ସୂଚନା ଥାଉକି, ଆଜି ବସିଥିଲା ସିଏମସି କାଉନସିଲ ବୈଠକ । ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର । ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମିଟିଂରେ ହଙ୍ଗାମା ପରିସ୍ଥିତି ହୋଇଥିଲା । ଏମିତିକି ବୈଠକରେ ଚେୟାର ବି ଉଡିଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ମେୟର ହସ୍ତକ୍ଷେପ କରିଥିଲେ ।  
 

Scroll to Top