ଏଣିକି ସୁନା ପିନ୍ଧିଲେ ଫାଇନ୍ । ସୁନା ହାର ମାଳ ପିନ୍ଧିଲେ ଗଣିବେ ୫୦ ହଜାର… ଆସିଲା ନୂଆ ନିୟମ, ବାହାଘର ହେଉ କି ଅନ୍ୟ କୌଣସି ଫଙ୍କସନ୍, ଆଉ ଅଧିକ ସୁନା ଗହଣା ପିନ୍ଧିପାରିବେନି ମହିଳା… ।
/odishatv-khabar/media/media_files/2025/10/31/gold-wearing-2025-10-31-09-46-14.jpg)
Gold wearing Photograph: (OTV)
ଭାରତର ଏକ ରାଜ୍ୟରେ ଆସିଛି ଏହି ନୂଆ ନିୟମ । ଏଠିକାର ମହିଳାମାନେ ୩ରୁ ଅଧିକ ସୁନା ଅଳଙ୍କାର ପିନ୍ଧିଲେ ଜରିମାନା ଲାଗିବ । ବାହାଘର କିମ୍ବା ଅନ୍ୟ କୌଣସି ସାମାଜିକ ସମାରୋହରେ କେବଳ କାନଫୁଲ, ନୋଥ ଓ ମଙ୍ଗଳସୂତ୍ର ପିନ୍ଧିପାରିବେ ।
ଆସିଲା ନୂଆ ନିୟମ, ବାହାଘର ହେଉ କି ଅନ୍ୟ କୌଣସି ଫଙ୍କସନ୍, ଆଉ ଅଧିକ ସୁନା ଗହଣା ପିନ୍ଧିପାରିବେନି ମହିଳା… ସୁନା ହାର, ଚୁଡି କି ମୁଦି, କିଛି ପିନ୍ଧି ପାରିବେନି । ଦେଶରେ ଆକାଶ ଛୁଆଁ ସୁନା ରେଟ୍ ଭିତରେ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ? ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଆସିଛି ଏହି ନୂଆ ନିୟମ । ସେଠାରେ ଏକ ପଞ୍ଚାୟତ, ମହିଳାମାନଙ୍କ ଅଧିକ ସୁନା ଅଳଙ୍କାର ପିନ୍ଧିବା ଉପରେ ଲଗାଇଛି କଟକଣା ।
ନିୟମ ଅନୁସାରେ, ଏଠିକାର ମହିଳାମାନେ ୩ରୁ ଅଧିକ ସୁନା ଅଳଙ୍କାର ପିନ୍ଧିଲେ ଜରିମାନା ଲାଗିବ । ବାହାଘର କିମ୍ବା ଅନ୍ୟ କୌଣସି ସାମାଜିକ ସମାରୋହରେ କେବଳ କାନଫୁଲ, ନୋଥ ଓ ମଙ୍ଗଳସୂତ୍ର ପିନ୍ଧିପାରିବେ । ୟା ଠୁ ଅଧିକ ସୁନା ଗହଣା ପିନ୍ଧିଲେ ଦେବାକୁ ପଡିବ ୫୦ ହଜାର ଫାଇନ୍ । ଧନୀ, ଗରିବ ସମସ୍ତଙ୍କ ପାଇଁ ନିୟମ ସମାନ । ଯେ କେହି ବି ଏହି ନିୟମ ଭାଙ୍ଗିବ, ଫାଇନ୍ ଗଣିବ ।
ଏହି ଗାଁରେ ନିଆରା ନିୟମ
ଡେରାଡୁନର କନ୍ଧାର ଓ ଇନ୍ଦ୍ରୋଲି ଗାଁରେ ଲାଗୁ ହୋଇଛି ଏହି ନିଆରା ନିୟମ । ଯାହାକୁ ସମସ୍ତ ଗ୍ରାମବାସୀ ସ୍ୱାଗତ କରିଛନ୍ତି । ଆଗକୁ ଗାଁରେ ବ୍ରାଣ୍ଡେଡ୍ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଇବାର ବିଚାର କରାଯାଉଛି ବୋଲି କହିଛନ୍ତି ଗ୍ରାମବାସୀ ।
ଏ କଥା ସମସ୍ତଙ୍କୁ ଜଣା ଯେ, ଭାରତରେ ବିବାହ ଏକ ଅତ୍ୟନ୍ତ ବ୍ୟୟବହୁଳ ସାମାଜିକ ସମାରୋହ । ଇଚ୍ଛା ଥାଉ କି ନଥାଉ ଝିଅ ବାହାଘରରେ ନିଜର ସାମର୍ଥ୍ୟଠୁ ଅଧିକ ଖର୍ଚ୍ଚ କରିଥାନ୍ତି ପରିବାର । ସୁନାଗହଣା କିଣିବାରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବୁହାନ୍ତି ।
ଆଉ ବିବାହ ପରେ ଋଣ ବୋଝ ତଳେ ଦବିଯାଏ ଗରିବ ପରିବାରଟିଏ । ତେଣୁ ଲୋକଙ୍କୁ ଉପରୁ ସାମାଜିକ ଓ ଆର୍ଥିକ ଚାପ କମାଇବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଉତ୍ତରାଖଣ୍ଡର ଏହି ଦୁଇ ଗାଁ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା…




