୬ ବର୍ଷ ପରେ ଦୁଇ ମହାଶକ୍ତିଙ୍କ ଭେଟ୍‌ଘାଟ, ୨ ଘଣ୍ଟା ଚାଲିଲା ମହାସାକ୍ଷାତ

୬-ବର୍ଷ-ପରେ-ଦୁଇ-ମହାଶକ୍ତିଙ୍କ-ଭେଟ୍‌ଘାଟ,-୨-ଘଣ୍ଟା-ଚାଲିଲା-ମହାସାକ୍ଷାତ

ନୂଆଦିଲ୍ଲୀ ୩୦/୧୦: ୬ବର୍ଷ ପରେ ଦୁଇ ମହାଶକ୍ତିଙ୍କ ମହାସାକ୍ଷାତ । ଚୀନ-ଆମେରିକା ଟାରିଫ୍ ୱାର୍ ଭିତରେ ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଛି । ତେବେ ଏହି ଭେଟଘାଟ୍ ଥିଲା ଦୀର୍ଘ ସମୟ । ୨ ଘଣ୍ଟା ଚାଲିଥିଲା ସାକ୍ଷାତ ଆଲୋଚନା । ବାଣିଜ୍ୟ ଶୁଳ୍କ, ତାଇୱାନ ହଂକଂ ବିବାଦ ସମେତ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ।

ଏସିଆ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ କୋରିଆର ଗୁସାନ ସହରରେ ଉଭୟ ନେତା ପରସ୍ପରକୁ ଭେଟିଛନ୍ତି । ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସି ଜିନପିଙ୍ଗଙ୍କ ସହ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତ । ଗୋଟିଏ ପଟେ ନଭେମ୍ବର ୧ ତାରିଖରୁ ଚୀନ୍ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କରିବାକୁ ଆମେରିକା ଧମକ ଦେଇଛି । ଏହାରି ମଧ୍ୟରେ ଦୁଇ ନେତାଙ୍କ ସାକ୍ଷାତ ସମୟରେ ବାଣିଜ୍ୟ ଏବଂ ଶୁଳ୍କ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏହାବାଦ ବିରଳ ଖଣିଜ ସମ୍ପଦ ସହ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ହଂକଂ ତାଇୱାନ ବିବାଦ ପ୍ରସଙ୍ଗରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା କରାଯିବ । 

#WATCH | “Could be”, says US President Donald Trump on being asked if he is planning to sign a trade deal with Chinese President Xi Jinping in Busan, South Korea

(Source: US Network Pool via Reuters) pic.twitter.com/1NqxNJiEt3

— ANI (@ANI) October 30, 2025

ସୂଚନା ଥାଉକି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଛଅ ବର୍ଷ ପରେ ଆଜି ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଦକ୍ଷିଣ କୋରିଆରେ ହୋଇଥିଲା। ଉଭୟ ନେତା ପରସ୍ପରକୁ ହାତ ମିଳାଇ ଅଭିବାଦନ କରିଥିଲେ । ଏହା ପରେ, ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ଯାହା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଏହି ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହେଉଛି। ପୂର୍ବରୁ ସେମାନେ ୨୦୧୯ରେ ଜାପାନର ଓସାକାରେ ସାକ୍ଷାତ କରିଥିଲେ। କିନ୍ତୁ, ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୁଦ୍ଧ ରୋକିବା ଓ ଶାନ୍ତି ପ୍ରୋତ୍ସାହନ ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। 

ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ସାରା ବିଶ୍ୱ ଦେଖୁଛି । କାରଣ ଟ୍ରମ୍ପ ଚୀନ୍ ଉପରେ ସର୍ବାଧିକ ଶୁଳ୍କ ଲାଗୁ କରିଥିଲେ । ଏହାକୁ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି କାରଣରୁ ବିଶ୍ୱ ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକୁ ସକାରାତ୍ମକ ଦୃଷ୍ଟିରେ ଦେଖୁଛି । ବୈଠକ ସମୟରେ ଟ୍ରମ୍ପ କହିଥିଲେ, “ମୋର କୌଣସି ସନ୍ଦେହ ନାହିଁ ଯେ ଆମର ବୈଠକ ବହୁତ ସଫଳ ହେବ।

ସେ ଆହୁରି ମଧ୍ୟ କହିଥିଲେ, “ସି (ଚୀନ୍ ରାଷ୍ଟ୍ରପତି) ଜଣେ ବହୁତ କଠୋର ଆଲୋଚକ, ଯାହା ଭଲ କଥା ନୁହେଁ। ତଥାପି, ଆମେ ପରସ୍ପରକୁ ବହୁତ ଭଲ ଭାବରେ ଜାଣୁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯେତେବେଳେ ପଚରାଗଲା ଯେ ସେ ଦକ୍ଷିଣ କୋରିଆର ବୁସାନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଯୋଜନା କରୁଛନ୍ତି କି, ସେ କହିଥିଲେ, “ଏହା ହୋଇପାରେ।”

Scroll to Top