ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍ : ବସ୍ ହେଲ୍‌ପର ସମେତ ୩ ଗୁରୁତର, ଟ୍ରକ୍ ଡ୍ରାଇଭର-ହେଲ୍‌ପର ଅଟକ

ଯାତ୍ରୀବାହୀ-ବସ୍‌କୁ-ଧକ୍କା-ଦେଲା-ଟ୍ରକ୍-:-ବସ୍-ହେଲ୍‌ପର-ସମେତ-୩-ଗୁରୁତର,-ଟ୍ରକ୍-ଡ୍ରାଇଭର-ହେଲ୍‌ପର-ଅଟକ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍ : ବସ୍ ହେଲ୍‌ପର ସମେତ ୩ ଗୁରୁତର, ଟ୍ରକ୍ ଡ୍ରାଇଭର-ହେଲ୍‌ପର ଅଟକ

Published By: Ruby – Prameya-News7 Bureau | October 30, 2025 10:19 AM

NEWS7

Jaleswar

ଜଳେଶ୍ବର ୩୦୧୦: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଆଉ ଏକ ଯାତ୍ରୀବାହୀ ବସ୍ । ‘ଏହସାନ ନାମକ ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲା ମକା ବୋଝେଇ ଟ୍ରକ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ସ୍‌ର ହେଲ୍ପରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବସ୍ତା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କଲା ବସ୍ତା ପୋଲିସ । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପର ଅଟକ ଅଛନ୍ତି

ସୂଚନାଯୋଗ୍ୟ ଯେ, ଗୁରୁବାର ୭ଟା ୩୦ରୁ ୮ଟା ମଧ୍ୟରେ ଏହସାନ ନାମକ ଯାତ୍ରୀବାହୀ ବସ୍ ପାଖାପାଖି ୩୫ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ ପଶ୍ଚିମବଙ୍ଗ କାଁଥି ଅଭିମୁଖେ ଯାଉଥିଲା । ବସ୍‌ଟି ୬୦ନଂ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ଜୁଣବଳଦା ଅଞ୍ଚଳରେ ଏକ ମକା ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ବସ୍‌କୁ ପଛପଟୁ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କା ଦେବା ଫଳରେ ବସ୍‌ର ହେଲ୍ପ ସମେତ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବସ୍ତା ପୋଲିସ ଏବଂ ରାଜପଥ ପାଟ୍ରୋଲିଂ ଭ୍ୟାନ ପହଞ୍ଚି ଗୁରୁତର ଓ ଆହତ ମାନଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଇଛନ୍ତି । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୋଲିସ ଦୁର୍ଘଟଣା ଘଟଇଥିବା ଟ୍ରକ୍‌କୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Scroll to Top