କ୍ରିଷ୍ଟଲ ଡିସୁଜା-ଗୁଲାମଙ୍କ ବ୍ରେକ୍ଅପ୍, ଇନଷ୍ଟାଗ୍ରାମରେ ପରସ୍ପରକୁ କଲେ ଅନଫଲୋ

କ୍ରିଷ୍ଟଲ-ଡିସୁଜା-ଗୁଲାମଙ୍କ-ବ୍ରେକ୍ଅପ୍,-ଇନଷ୍ଟାଗ୍ରାମରେ-ପରସ୍ପରକୁ-କଲେ-ଅନଫଲୋ

ନୂଆଦିଲ୍ଲୀ ୩୦।୧୦; “ଏକ ହଜାରୋଁ ମେ ମେରି ବେହନା ହେ” ଫେମ୍‌ କ୍ରିଷ୍ଟଲ ଡିସୁଜା । ଏହି ସୋ’ରୁ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚା ରହିଥାନ୍ତି। ସେ ରେଷ୍ଟୁରାଣ୍ଟ ମାଲିକ ଗୁଲାମ ଘୌସ ଦିୱାନୀଙ୍କୁ ଡେଟ୍ କରୁଥିବା କଥା ଗତ ୩ ବର୍ଷ ହେଲା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ତିନି ବର୍ଷ ଡେଟ୍ କରିବା ପରେ ଏହି କପଲଙ୍କ ମଧ୍ୟରେ କୁଆଡ଼େ ଏବେ ଦୂରତା ଆସିଛି। କ୍ରିଷ୍ଟଲ୍‌ ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍‌-ଅପ୍‌ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି କପଲ ପ୍ରାୟ ଗୋଟିଏ ମାସ ପୂର୍ବରୁ ଅଲଗା ହୋଇଯାଇଛନ୍ତି। କପଲଙ୍କ ନିକଟତର ଏକ ସୂତ୍ର ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ କ୍ରିଷ୍ଟଲ ତାଙ୍କ ପର୍ସନାଲ ଲାଇଫକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସେମାନେ ଅଲଗା ହୋଇଯାଇଛନ୍ତି। ବ୍ରେକଅପ୍ ବିଷୟରେ କିଛି କହି ନାହାନ୍ତି । ଏହାରି ଭିତରେ କ୍ରିଷ୍ଟଲ ଏବଂ ଗୁଲାମ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି।

krystle dsouza breakup

ପୂର୍ବରୁ କ୍ରିଷ୍ଟଲ, ଗୁଲାମ ଘୌସ ଦିୱାନୀଙ୍କ ସହ ତାଙ୍କ ସମ୍ପର୍କକୁ ଗୁଜବ ବୋଲି କହିଥିଲେ। ସେ କହିଥିଲେ, “ଦୁଇଟି ଆଖି ଏବଂ ମସ୍ତିଷ୍କ ଥିବା ଯେକୌଣସି ବ୍ୟକ୍ତି ଏହା ବୁଝିପାରିବେ। ମୁଁ ଭାବୁନାହିଁ ଯେ ମୁଁ ମୋ ଆଙ୍ଗୁଠିରେ ମୁଦି ନ ଥିବା ପର୍ଯ୍ୟନ୍ତ କୌଣସି ସମ୍ପର୍କକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇପାରିବି ନାହିଁ।’’

Scroll to Top