ମୋନ୍ଥା ଆଗରେ ପାଚେରି ପରି ଛିଡ଼ାହେଲା ହୋପ୍‌ ଆଇଲ୍ୟାଣ୍ଡ, ପ୍ରକୃତିର କ୍ରୋଧକୁ ଅଟକାଇବାରେ ସଫଳ

ମୋନ୍ଥା-ଆଗରେ-ପାଚେରି-ପରି-ଛିଡ଼ାହେଲା-ହୋପ୍‌-ଆଇଲ୍ୟାଣ୍ଡ,-ପ୍ରକୃତିର-କ୍ରୋଧକୁ-ଅଟକାଇବାରେ-ସଫଳ

ଶ୍ରୀକାକୁଲମ: କାକିନାଡାର ସୁରକ୍ଷା କବଚ ପ୍ରକୃତିର କ୍ରୋଧକୁ ଅଟକାଇବାରେ ସଫଳ ମୋନ୍ଥା ଆଗରେ ପାଚେରି ପରି ଛିଡ଼ାହେଲା ହୋପ୍ଆଇଲ୍ୟାଣ୍ଡ ଆନ୍ଧ୍ର ପ୍ରଦେଶର ଉପକୂଳରେ ମାଡ଼ ହେଲା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ମୋନ୍ଥା  କାକିନାଡାର ଅତି ନିକଟରେ କଲା ଲ୍ୟାଣ୍ଡଫଲ ୧୦୦ କିମି ବେଗରେ ବହିଲା ପବନ ପ୍ରବଳ ବର୍ଷିଲା ହେଲେ ପବନର ପ୍ରକୃତ କୋପ କାକିନାଡା ଭିତରକୁ ପଶିପାରିଲାନି କାରଣ ପୂରା ସହରକୁ ଜଗି ରହିଲା ହୋପ୍ ଆଇଲ୍ୟାଣ୍ଡ

ଭିଓ ଝଡ଼ର ପ୍ରକୋପରୁ ରକ୍ଷା କରେ ୮ ବର୍ଗ କିଲୋମିଟରର ବ୍ୟାପ୍ତ ପ୍ରାକୃତିକ ଦ୍ୱୀପ ହୋପ୍ଆଇଲ୍ୟାଣ୍ଡ ଏହି ଦ୍ୱୀପ କାକିନାଡାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ସ୍ଥାନୀୟ ଲୋକଙ୍କ କହିବା କଥା କୌଣସି ଘୂର୍ଣ୍ଣିଝଡ଼ ଯଦି ଏହି ଉପକୂଳ ଦେଇ ମାଡ଼ ହୁଏ, ତେବେ ହୋପ୍ଦ୍ୱୀପ ଅତିକ୍ରମ କରିବା ପରେ ଝଡ଼ର ତୀବ୍ରତା ହ୍ରାସ ପାଏ। ଏହି ଦ୍ୱୀପରେ ପ୍ରାୟ ୧୧୦ ମତ୍ସ୍ୟଜୀବୀ ପରିବାର ବାସ କରନ୍ତି କିନ୍ତୁ ସେମାନଙ୍କ ପାଖରେ ବିଦ୍ୟୁତ୍ ନାହିଁ ଅନ୍ଧାର ଇଲାକାରେ ରହିବି କାକିନାଡାର ଜଗୁଆଳୀ ସାଜିଛନ୍ତି ସେମାନେ ମାଛ ଧରି ଜୀବିକା ନିର୍ବାହ କରନ୍ତି।

ଘୂର୍ଣ୍ଣିଝଡ଼ ମୋଥା ମଙ୍ଗଳବାର ସନ୍ଧ୍ୟାରେ କାକିନାଡା ନିକଟ ଦକ୍ଷିଣ ଭାଗରେ ସ୍ଥଳଭାଗ ଛୁଇଁଥିଲା ବାରମ୍ବାର ଚେତାବନୀ ସତ୍ତ୍ୱେ  ଦ୍ୱୀପବାସୀ ପ୍ରଥମେ ସେଠାରୁ ଯିବାକୁ ମନା କରିଦେଇଥିଲେ। ସେମାନେ କହିଥିଲେ ଯେ ସେମାନେ ପୂର୍ବରୁ ଅନେକ ଝଡ଼ ସହିଛନ୍ତି ଏବଂ ସୁରକ୍ଷିତ ଅଛନ୍ତି। ପୋଲିସର ଅନୁରୋଧ କ୍ରମେ ସମସ୍ତଙ୍କୁ କାକିନାଡାର ହୋପ୍ ଆଇଲ୍ୟାଣ୍ଡ କଲୋନୀକୁ ସ୍ଥାନାନ୍ତରିତ କରିଥିଲା କାକିନାଡା ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିଲା ସେଠାରୁ ସମସ୍ତ ଜାହାଜକୁ ହଟାଇ ଦିଆଯାଇଥିଲାକାକିନାଡା ବିଚକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା

ବାତ୍ୟା ଉପକୂଳ ଆସିଲେ କାକିନାଡାବାସୀଙ୍କ ପାଇଁ ସୁରକ୍ଷା କରିଆସୁଛି ଏହି ସୁନ୍ଦର ଦ୍ୱୀପ ପ୍ରକୃତିର ଆଉ ଏକ କ୍ରୋଧ ମୋନ୍ଥାର ପ୍ରଭାବକୁ ଅଟକାଇ ପ୍ରମାଣିତ କରିଛି ହୋପ୍ଆଇଲ୍ୟାଣ୍ଡ

Scroll to Top