ମୁମ୍ୱାଇ ଏୟାରପୋର୍ଟରେ ନେଟୱର୍କ ବିଫଳ , ଫ୍ଲାଇଟ୍‌ ଅପରେସନ ପ୍ରଭାବିତ ; ଅନେକ ବିମାନର ବିଳମ୍ୱିତ ଉଡ଼ାଣ

ମୁମ୍ୱାଇ-ଏୟାରପୋର୍ଟରେ-ନେଟୱର୍କ-ବିଫଳ-,-ଫ୍ଲାଇଟ୍‌-ଅପରେସନ-ପ୍ରଭାବିତ-;-ଅନେକ-ବିମାନର-ବିଳମ୍ୱିତ-ଉଡ଼ାଣ

ମୁମ୍ୱାଇ : ମୁମ୍ୱାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ , ଶନିବାର ନେଟୱର୍କ ବିଫଳତା ଦେଖା ଦେଇଛି। ଫଳରେ ବିମାନ ଚଳାଚଳରେ ବାଧା ଉପଜିଛି । ଥାର୍ଡ-ପାର୍ଟି ଡାଟା ନେଟୱର୍କ କାରଣରୁ ଏୟାରଲାଇନ୍ସର ଚେକ୍‌ –ଇନ୍‌ ସିଷ୍ଟମ ପ୍ରଭାବିତ ହୋଇଛି। ବିମାନ ବନ୍ଦର ପ୍ରାଧିକରଣ କହିଛି ଯେ, ସ୍ଥିତିକୁ ନିୟନ୍ତ୍ରିତ କରିବାକୁ ପ୍ରୟାସ ଜାରି ରହିଛି। ଯେଉଁଥି ପାଇଁ ଜରୁରୀକାଳୀନ ଉପାୟ ଆରମ୍ଭ କରାଯାଇଛି।

ଏୟାରପୋର୍ଟ ପକ୍ଷରୁ ଜଣେ ଯାତ୍ରୀଙ୍କ ପ୍ରଶ୍ନର ଜବାବରେ ଏକ୍ସରେ କୁହାଯାଇଛି ଯେ, ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ବିମାନ ବନ୍ଦରରେ ନେଟୱର୍କ ବିଫଳ ହୋଇଛି। ଆମେ ଜରୁରୀକାଳୀନ ଉପାୟ ଆରମ୍ଭ କରି ଦେଇଛୁ ଏବଂ ଆମର ମୁଖ୍ୟ ଟିମ୍‌ ଏହି ସମସ୍ୟାକୁ ସମାଧାନ କରିବାରେ ଲାଗିଛନ୍ତି। ଆମେ ପ୍ରତିବନ୍ଧକକୁ ହ୍ରାସ କରିବାକୁ ମ୍ୟାନୁଆଲ ମୋଡ୍‌ରେ କାମ କରୁଛୁ । ଆପଣଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ ।

ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀଙ୍କୁ ନେଟୱର୍କ ଖରାପ ବିଷୟରେ ସୂଚନା ଦେଇଛି, ଯେଉଁଥି ପାଇଁ ଉଡ଼ାଣରେ ବିଳମ୍ୱ ହୋଇପାରେ। ହେଲେ, ଏୟାର ଲାଇନ୍‌ କହିଛି ଯେ , ପ୍ରଭାବିତ ସିଷ୍ଟମକୁ ଠିକ୍‌ କରାଯାଇ ସାରିଛି। କିନ୍ତୁ ସାଧାରଣ ସ୍ଥିତିକୁ ଆଣିବା ପାଇଁ କିଛି ବିଳମ୍ୱ ହୋଇପାରେ। ଏୟାରଲାଇନ୍‌ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ,ଏୟାରପୋର୍ଟ ଯିବା ପୂର୍ବରୁ ଫ୍ଲାଇଟ୍‌ର ଟାଇମିଂର ଯାଞ୍ଚ କରନ୍ତୁ । ଯାତ୍ରୀଙ୍କୁ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ସେମାନେ ସୁରକ୍ଷା ଓ ଚେକ୍‌- ଇନ୍‌  ପାଇଁ ଅତିରିକ୍ତ ସମୟ ବାହାର କରିବାକୁ ହେବ। ଏଥିପାଇଁ ସମୟ ପୂର୍ବରୁ ଏୟାରପୋର୍ଟ ପହଞ୍ଚିବା ଠିକ୍‌ ହେବ।

Scroll to Top