ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ। ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ମୋହର। କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ।
![]()
/odishatv-khabar/media/media_files/2025/10/29/8th-pay-commission-2025-10-29-10-06-58.jpg)
8th Pay Commission Photograph: (OTV)
ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ଏଥିରେ ମୋହର ବାଜିଛି । ଏହି ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଓ ୬୯ ଲକ୍ଷ ପେନସନଧାରୀ ଉପକୃତ ହେବାକୁ ଯାଉଛନ୍ତି ।
ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ସୁପାରିସ ପ୍ରଦାନ କରିବେ । ସରକାର ଗତ ଜାନୁଆରୀ ମାସରେ ଏନେଇ କମିଶନ ସେଟଅପ୍ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । କମିଶନ ସାଲାରୀ ଷ୍ଟ୍ରକଚର୍, ପେନସନ ଓ ଅନ୍ୟ ଭତ୍ତା ନେଇ ପରାମର୍ଶ ପ୍ରଦାନ କରିବେ । ଟର୍ମସ ଅଫ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଏବଂ କର୍ମଚାରୀଙ୍କର ପରାମର୍ଶ ନିଆଯିବ ।
• ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ନିୟମାବଳୀକୁ ମିଳିଲା ଅନୁମୋଦନ
• ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ମୋହର
• କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି
• ୬୯ ଲକ୍ଷ ପେନସନଧାରୀ ବି ଉପକୃତ ହେବେ
• ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ସୁପାରିସ ପ୍ରଦାନ କରିବେ
• ସାଲାରି ଷ୍ଟ୍ରକଚର୍, ପେନସନ ଓ ଅନ୍ୟ ଭତ୍ତା ନେଇ ପରାମର୍ଶ ଦେବେ




