M

m

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା। ହାର୍ଡକୋର୍ ସେଣ୍ଟ୍ରାଲ୍ କମିଟି ମେମ୍ବର ପୁଲୁରି ରାଓ ଷ୍ଟେଟ୍ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ୍ ପ୍ରଭାତଙ୍କ ଆତ୍ମସମର୍ପଣ।

author-image

MAO_SURRENDER

MAO_SURRENDER Photograph: (OTV)

ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ସଂଗଠନର ଦୁଇ ହାର୍ଡକୋର ମାଓନେତା । ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ଷ୍ଟେଟ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ ପ୍ରଭାତ । ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଘର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪୫ ବର୍ଷ ଧରି ମାଓ ସଙ୍ଗଠନରେ ଜଡିତ ଥିଲେ। ପ୍ରସାଦ ୧୭ ବର୍ଷ ଧରି ସିସି ମେମ୍ବର ଥିଲେ। 

ସେହିପରି ବାଣ୍ଡି ପ୍ରକାଶ ମଧ୍ୟ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ। ଦୁଇ ଜଣଙ୍କ ନାମରେ ଦେଢ କୋଟିରୁ ଅଧିକ ଟଂକାର ପୁରସ୍କାର ରାଶି ରହିଛି। ଦୁହେଁ ମୋଷ୍ଟଵାଣ୍ଟେଡ ଥିଲେ। ଏହି ଦୁଇ ନେତାଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଧିରେ ଧିରେ ସମସ୍ତ ସେଣ୍ଟ୍ରାଲ କମିଟି ମେମ୍ବର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ସଂଗଠନର ଅନ୍ୟ ସଦସ୍ୟଙ୍କର ମଧ୍ୟ ମନବଳ ଭାଙ୍ଗୁଛି ବୋଲି ପୋଲିସ କହିଛି। ତେବେ ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା ପ୍ରକଟ କରିଛି।

Scroll to Top