ନୂଆଦିଲ୍ଲୀ ୨୯।୧୦; ଆବୁଧାବିରେ ରହୁଥିବା ଜଣେ ଭାରତୀୟ ନାଗରିକ ଅନିଲ କୁମାର ରାତାରାତି କୋଟିପତି ହୋଇଯାଇଛନ୍ତି। ସେ ୟୁଏଇର ସବୁଠାରୁ ବଡ଼ ଲଟେରୀରେ ୨୪୦ କୋଟିର ଜ୍ୟାକପଟ୍ ଜିତିଛନ୍ତି। ଅନିଲ କୁମାର ବହୁ ବର୍ଷ ଧରି ୟୁଏଇରେ ରହୁଛନ୍ତି ଏବଂ ତାଙ୍କ ମାଆଙ୍କ ଜନ୍ମଦିନ ସଂଖ୍ୟା ବ୍ୟବହାର କରି ଅକ୍ଟୋବର ୧୮ ତାରିଖରେ ଲଟେରୀ ଟିକେଟ୍ କିଣିଥିଲେ। ସେ କେବେ ଏତେ ବଡ଼ ରାଶି ଜିତିବେ ବୋଲି ଆଶା କରିନଥିଲେ। ଏହି ବିଜୟ ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ପ୍ରମାଣିତ ହୋଇଛି। ଏହି ବଡ଼ ଲଟେରୀ ରାଶି ୟୁଏଇରେ କରମୁକ୍ତ, ଅର୍ଥାତ୍ ଅନିଲ କୁମାର ସମ୍ପୂର୍ଣ୍ଣ ୨୪୦ କୋଟି ପୁରସ୍କାର ପାଇବେ।
କେରଳର ୨୯ ବର୍ଷୀୟ ଜଣେ ଭାରତୀୟ ପ୍ରବାସୀ ଦୁବାଇର ସର୍ବକାଳୀନ ସର୍ବାଧିକ ରାଶି ଲଟେରି ଜିତିଛନ୍ତି । UAE ଲଟେରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର ସାକ୍ଷାତକାର ସେୟାର କରି ଲେଖିଥିଲେ, “ଅନିଲ କୁମାରଙ୍କ ପାଇଁ, ୧୮ ଅକ୍ଟୋବର କେବଳ ଏକ ଦିନ ନଥିଲା, ଏହା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା!” ଯେତେବେଳେ ତାଙ୍କୁ ଚେକ୍ ଦିଆଯାଇଥିଲା, ତାଙ୍କ ଆଖି ତାଙ୍କ ମାଆଙ୍କ ସ୍ମୃତି ଏବଂ ଭାବପ୍ରବଣତାରେ ଭରି ଯାଇଥିଲା।ଭିଡିଓରେ, ଅନିଲ କୁମାର ଲଟେରି ଜିତିବାର ଖୁସିକୁ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି । ତାଙ୍କୁ ସେରିମୋନିଆଲ ଚେକ୍ ପ୍ରଦାନ କରାଯାଇଛି । ଭିଡିଓରେ ସେ ନିଜର ଭାଗ୍ୟଶାଳୀ ଟିକଟ ଚୟନ କରିବା ପଛର କାହାଣୀ ବର୍ଣ୍ଣନା କରିଛନ୍ତି ।
![]()
ଅନିଲ କହିଛନ୍ତି, ମୁଁ କୌଣସି ମ୍ୟାଜିକ୍ କରିନାହିଁ, କେବଳ ଏକ ସହଜ ଉପାୟ ଆପଣେଇଛି । ସେ ଥରକେ ୧୨ଟି ଟିକଟ କିଣିଥିଲେ । ପ୍ରତି ଟିକଟ ପିଛା ସେ ୧,୨୮୫ ଟଙ୍କା ଖର୍ଚ୍ଚ କରିଥିଲେ । ସେ ଚୟନ କରିଥିବା ଭାଗ୍ୟଶାଳୀ ଲଟେରି ଟିକଟର ଶେଷ ନମ୍ବର ଖୁବ୍ ସ୍ୱତନ୍ତ୍ର- ତାଙ୍କ ମା’ଙ୍କ ଜନ୍ମଦିନ ଥିଲା । ଲଟେରି ବିଜେତା ହୋଇଥିବା ଖବର ସେ ବିଶ୍ୱାସ କରିପାରିଲେ ନାହିଁ । ସୋଫାରେ ବସି କେବଳ ଏହି ମୁହୂର୍ତ୍ତକୁ ଅନୁଭବ କରୁଥିଲେ । ଲଟେରି ଟଙ୍କାରେ ଅନିଲ ଏକ ସୁପର୍କାର କିଣିବେ ଏବଂ ବିଳାସପୂର୍ଣ୍ଣ ରିସର୍ଟ କିମ୍ବା ସେଭେନ ଷ୍ଟାର ହୋଟେଲରେ ଏହି ଖୁସିକୁ ସେଲିବ୍ରେଟ୍ କରିବେ । କିଛି ଅର୍ଥ ଦାନ କରିବାକୁ ମଧ୍ୟ ଯୋଜନା କରିଛନ୍ତି ।




