ମାଆ ଓ ଦୁଇ ପିଲାଙ୍କ ଉପରେ ଚଢ଼ିଗଲା କାର୍, ୮ ବର୍ଷର ଝିଅ ମୃତ
Published By : Prameya-News7 Bureau | August 09, 2025 IST

ଭୁବନେଶ୍ବର: ପାତ୍ରପଡ଼ା ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଜ ମାଆ ଓ ଭାଇ ସହ ରାସ୍ତା ପାର ହେଉଥିବାବେଳେ ୮ ବର୍ଷ ଝିଅକୁ ଧକ୍କା ଦେଲା କାର। ଏଥିରେ ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିବାବେଳେ ମାଆ- ଭାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରକ୍ଷା ବନ୍ଧନ ପାଇଁ ମାଆ, ପୁଅ- ଝିଅ ନିଜ ମାମୁ ଘରକୁ ଯାଇଥିଲେ। ତେବେ ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ପାତ୍ରପଡ଼ା ନିକଟରେ ରାସ୍ତା ପାର ହେବା ସମୟରେ ସେମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଧକ୍କା ଦେଇଥିଲେ। ଏଥିରେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ମାଆ’-ପୁଅ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବେନଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ସେପଟେ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ସମ୍ବନ୍ଧିତ ଖବର







