N

n

ବାଧ୍ୟତାମୂଳକ ହେବ ଫାୟାର କ୍ଲିଅରାନ୍ସ ସାର୍ଟିଫିକେଟ୍। ଡ୍ରାଇଭର ଓ କଣ୍ଡକ୍ଟର କ୍ଲିନରଙ୍କୁ ଦିଆଯିବ ତାଲିମ୍। ଅଗ୍ନି ନିର୍ବାପନ ଯନ୍ତ୍ରର ବ୍ୟବହାର ସଂପର୍କରେ ଦିଆଯିବ ତାଲିମ୍

author-image

Sleper Bus

Sleper Bus Photograph: (OTV)

ସ୍ଲିପର ବସ୍ ପାଇଁ ବାଧ୍ୟତାମୂଳକ ହେବ ଫାୟାର କ୍ଲିଅରାନ୍ସ ସାର୍ଟିଫିକେଟ୍। ବିମାନ ଭଳି, ବସରେ ନିଆଁ ଲାଗିଲେ କେମିତି EMERGENCY EXITକୁ ବ୍ୟବହାର କରିବେ, ସେ ନେଇ ଏକ BOARD ଲାଗିବ ଏବଂ ଆଲାର୍ମ ବାଜିବ। ପ୍ରତି ଗାଡ଼ିର ଡ୍ରାଇଭର ଓ କଣ୍ଡକ୍ଟର କ୍ଲିନରଙ୍କୁ ଅଗ୍ନି ନିର୍ବାପନ ଯନ୍ତ୍ରର ବ୍ୟବହାର ସଂପର୍କରେ ତାଲିମ ଦିଆଯିବ। 
ଆସନ୍ତା ୪ ସପ୍ତାହ ଧରି ପ୍ରତି ଶନିବାର ବସ୍ ମାଲିକ, ଡ୍ରାଇଭର, କଣ୍ଡକ୍ଟରଙ୍କୁ ନେଇ ବସଷ୍ଟାଣ୍ଡରେ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରାଯିବ। ପ୍ରତି ୩ ମାସରେ ଏହାର ସମୀକ୍ଷା କରାଯିବ ବୋଲି ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଆଜି ରାଜ୍ୟର ସମସ୍ତ ବସ୍ ମାଲିକ ସଂଘକୁ ଡାକି ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଟ୍ରାନପୋର୍ଟ କମିଶନର।

Scroll to Top