ବ୍ରେକଅପ୍ ପରେ ନିଜ ଉପରେ ଧ୍ୟାନ ଦେବା ଆରମ୍ଭ କରନ୍ତୁ। ଆପଣ ନିଜର ମାନସିକ ଓ ଶାରୀରିକ ଅବସ୍ଥାକୁ ନିଜେ ଚିହ୍ନଟ କରନ୍ତୁ ଏବଂ ସେହିଅନୁସାରେ କାମ କରନ୍ତୁ। ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ଜିମ୍କୁ ଯାଆନ୍ତୁ
/odishatv-khabar/media/media_files/2025/10/27/breakup-2025-10-27-19-47-42.jpg)
breakup Photograph: (OTV)
ପ୍ରେମରେ ହୃଦୟ ଭାଙ୍ଗିଲେ ଯେଉଁ ଯନ୍ତ୍ରଣା ଅନୁଭବ ହୁଏ ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । ଏହି ଯନ୍ତ୍ରଣାଦାୟକ ଅନୁଭବ, ପ୍ରତ୍ୟେକ ବ୍ୟକ୍ତି କେବେ ନା କେବେ ଅନୁଭବ କରିଥିବେ । ଏହି ଅବସ୍ଥାରେ ବ୍ୟକ୍ତି ନିଜଠୁ ହାରିଯାଏ କିମ୍ବା ତା’ର ଜୀବନରେ ଦୁଃଖ, କ୍ରୋଧ ଓ ଶୂନ୍ୟତା ଛାଇଯାଏ। ଭାଙ୍ଗିଯାଇଥିବା ହୃଦୟର କ୍ଷତ ଗୋଟିଏ ରାତିରେ ଠିକ୍ ହୋଇନଥାଏ, ବର୍ଷ ବର୍ଷ ଲାଗିଯାଏ। ଏଥିପାଇଁ ସମୟ ଓ ଧୈର୍ଯ୍ୟର ବହୁତ ଆବଶ୍ୟକତା ରହେ। ଏହି ଧାରାରେ ଯଦି ଆପଣଙ୍କର ମଧ୍ୟ ନିକଟରେ ବ୍ରେକଅପ୍ ହୋଇଛି କିମ୍ବା ହୃଦୟ ଭାଙ୍ଗିଛି ତେବେ ଏହି ଖବର ଆପଣଙ୍କ ପାଇଁ।
ଆଜି ଆମେ ଆପଣଙ୍କୁ କହିବୁ ଯେ ହୃଦୟ ଭାଙ୍ଗିଗଲେ କ’ଣ କରିବା ଉଚିତ୍ ଏବଂ ଭାଙ୍ଗିଯାଇଥିବା ହୃଦୟକୁ କିପରି ଠିକ୍ କରାଯାଇପାରିବ।
ହୃଦୟ ଭାଙ୍ଗିଗଲେ କ’ଣ କରିବେ?
ନିଜକୁ ସମୟ ଦିଅନ୍ତୁ
ବ୍ରେକଅପ୍ କିମ୍ବା ହୃଦୟ ଭାଙ୍ଗିବା ପରେ ନିଜକୁ ସମୟ ଦେବା ବହୁତ ଜରୁରୀ। ପ୍ରାୟତଃ ଏହି ଅବସ୍ଥାରେ ଟେନସନ୍ ଓ ଷ୍ଟ୍ରେସ୍ ହେବାକୁ ଲାଗେ ଯା’ଦ୍ୱାରା ମସ୍ତିଷ୍କକୁ ଭୁଲ୍ ଚିନ୍ତା ମଧ୍ୟ ଆସିଥାଏ । ଏହି ସମୟରେ ଆପଣଙ୍କୁ ଭାବିବାର ଅଛି ଆପଣଙ୍କର କେଉଁଠି ଭୁଲ୍ ହୋଇଛି । ଏହି ଭୁଲରୁ ଶିଖିବା ଉଚିତ୍ ଏବଂ ଆଗକୁ ବଢ଼ିବା ଉଚିତ୍।
ଏକା ରୁହନ୍ତୁ ନାହିଁ
ହୃଦୟ ଭାଙ୍ଗିବା ପରେ ନିଜକୁ ଏକା ଭାବନ୍ତୁନି କିମ୍ବା ଏକା ରୁହନ୍ତୁ ନାହିଁ । ଏହି ଅବସ୍ଥାରେ ନିଜକୁ କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ ଏବଂ ନିଜର ସାଙ୍ଗ-ପରିବାର ସହିତ ସମ୍ପର୍କରେ ନିଶ୍ଚୟ ରହନ୍ତୁ।
ସକାରାତ୍ମକ ପରିବେଶରେ ରୁହନ୍ତୁ
ପାର୍ଟନର୍ ଠାରୁ ବିଚ୍ଛେଦ ହେବା କିମ୍ବା ବ୍ରେକଅପ୍ ପରେ ନିଜକୁ ପଜିଟିଭ୍ ରଖିବା ବହୁତ ଜରୁରୀ। ପ୍ରକୃତରେ, ଏହି ସମୟରେ ପୂର୍ବରୁ ମସ୍ତିଷ୍କରେ ବହୁତ ନେଗେଟିଭ୍ ଚିନ୍ତା ଥାଏ ଏବଂ ଯଦି ଆପଣ ନକାରାତ୍ମକ ପରିବେଶରେ ରହିବେ ତେବେ ଏହାର ଭୁଲ୍ ପ୍ରଭାବ ପଡ଼ିବ। ଏହି ସମୟରେ ନିଜକୁ ଖୁସି ରଖନ୍ତୁ ଏବଂ ମନପସନ୍ଦ କାମରେ ବ୍ୟସ୍ତ ରହନ୍ତୁ।
ଭାଙ୍ଗିଯାଇଥିବା ହୃଦୟକୁ କିପରି ଠିକ୍ କରିବେ?
ନିଜକୁ ବଦଳାନ୍ତୁ
ବ୍ରେକଅପ୍ ପରେ ନିଜ ଉପରେ ଧ୍ୟାନ ଦେବା ଆରମ୍ଭ କରନ୍ତୁ। ଆପଣ ନିଜର ମାନସିକ ଓ ଶାରୀରିକ ଅବସ୍ଥାକୁ ନିଜେ ଚିହ୍ନଟ କରନ୍ତୁ ଏବଂ ସେହିଅନୁସାରେ କାମ କରନ୍ତୁ। ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ଜିମ୍କୁ ଯାଆନ୍ତୁ ଏବଂ ଭଲ ଡାଏଟ୍ ଫଲୋ କରନ୍ତୁ। ଅନ୍ୟପକ୍ଷରେ, ମାନସିକ ସ୍ୱାସ୍ଥ୍ୟ ପାଇଁ ମେଡିଟେସନ୍ କରିବା ଆରମ୍ଭ କରନ୍ତୁ।
ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ
ଅନେକ ଥର ହୃଦୟ ଭାଙ୍ଗିବା ପରେ ପ୍ରତ୍ୟେକଙ୍କ ସହିତ ସମ୍ପର୍କ ଭାଙ୍ଗିବାର ଚିନ୍ତା ଆସେ ଯାହା ଭୁଲ୍। ଏହି ଅବସ୍ଥାରେ ବ୍ୟକ୍ତି ନୂଆ ସାଙ୍ଗ ତିଆରି କରିବା ଉଚିତ୍ ଏବଂ କଥାବାର୍ତ୍ତା କରି ନିଜର ହୃଦୟ ଓ ମସ୍ତିଷ୍କକୁ ଖୁସି ରଖିବା ଉଚିତ୍।
ଲେଖିବାର ଅଭ୍ୟାସ କରନ୍ତୁ
ବ୍ରେକଅପ୍ ପରେ ଅନେକ ଥର ଏପରି ହୁଏ ଯେ ଆପଣ ନିଜ ମନର କଥା କାହାକୁ କହିପାରନ୍ତି ନାହିଁ। ଏହି ସମୟରେ ଆପଣ ଡାଏରୀରେ ଲେଖି ନିଜର ଇମୋସନ୍ସକୁ ପ୍ରକାଶ କରିପାରିବେ। ଏହାଦ୍ୱାରା ଆପଣ ମାନସିକ ଭାବେ ହାଲୁକା ଅନୁଭବ କରିବେ।




