ସାମୁଦ୍ରିକ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଗଜପତି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମାଆ ଗୃହକୁ ଆଣିଲା ପ୍ରଶାସନ l
/odishatv-khabar/media/media_files/2025/10/27/cyclone-2025-10-27-18-58-38.jpg)
cyclone Photograph: (OTV)
ସାମୁଦ୍ରିକ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଗଜପତି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମାଆ ଗୃହକୁ ଆଣିଲା ପ୍ରଶାସନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତର ବାଦପୁର୍ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ବାଦପୁର ଗାଁର ସୁନୀତା ଦଳାଇଙ୍କୁ ସ୍ଥାନୀୟ ଆଶା କର୍ମୀ ନଦୀ ପାର କରାଇ ମାଆ ଗୃହକୁ ଆଣିବାରେ ସମସ୍ୟା ହୋଇଥିଲା । ଫଳରେ ଆର ଉଦୟଗିରି ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ବୋଟ ସହାୟତାରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମାଆ ଗୃହରେ ରଖାଯାଇଛି। ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ।
ବାତ୍ୟା ‘ମୋନ୍ଥା’ ପାଇଁ ଗଜପତି ଜିଲ୍ଲାରେ ପ୍ରଶାସନର ଉଦ୍ଧାର କାର୍ଯ୍ୟ
ଗର୍ଭବତୀ ମହିଳାଙ୍କୁ ବୋଟରେ ମାଆ ଗୃହକୁ ଆଣିଲା ପ୍ରଶାସନ
ଗଜପତି ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତର ଘଟଣା
ଗଜପତିରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା




