K

k

କୋରାପୁଟ ଜିଲ୍ଲା ଜୟପୁର ସହର ଦେଇ ଯାଇଥିବା NH26, ବାରିଣିପୁଟରୁ ଉମୁରି ରେଳବାଇ ଛକ ଯାଏଁ ନିର୍ମାଣ ଚାଲିଥିବା ବାଇପାସ ରୋଡ କାମ ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଟକି ରହିଛି।

author-image

Bypass-Issue_Jeypore

Bypass-Issue_Jeypore Photograph: (OTV)

ଅନିଶ୍ଚିତତାରେ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ। କେବେ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇବ ଜୟପୁର ସହର?। ଅବଧି ସରିଲା, ସରୁନି ବାଇପାସ୍ ରୋଡ୍ କାମ। ପ୍ରଶାସନର ମୁଣ୍ଡବ୍ୟଥା କରୁଛି ଜମି ଅଧିଗ୍ରହଣ। ଏଭଳି ଅବ୍ୟବସ୍ଥା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହର ଦେଇ ଯାଇଥିବା NH26, ବାରିଣିପୁଟରୁ ଉମୁରି ରେଳବାଇ ଛକ ଯାଏଁ ନିର୍ମାଣ ଚାଲିଥିବା ବାଇପାସ ରୋଡରେ।
ଏହି ୪.୯୧ କିମିର ରାସ୍ତା ନିର୍ମାଣ ହେଲେ ଭାରିଯାନ ଯାତାୟତ ଦ୍ୱାରା ଜାତୀୟ ରାଜପଥ ଭିଡ ହ୍ରାସ ହେବ ଓ ଟ୍ରାଫିକ ସମସ୍ୟା ଦୂର ହେବ। ତାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାଇପାସ ରାସ୍ତା ନିର୍ମାଣ ଆରମ୍ଭ କରିଛି। ବର୍ତ୍ତମାନ ୩ କିମି ରାସ୍ତା ନିର୍ମାଣ ସରିଛି ହେଲେ ଆଉ ବଳକା ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏବେ କାର୍ଯ୍ୟ ଆଗେଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଜାତୀୟ ରାଜପଥ ୨୬ରୁ ବାଇପାସ ରାସ୍ତା ନିର୍ମାଣ ପାଇଁ ଏକ ଠିକା ସଂସ୍ଥା ସହ ୬୮.୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ଚୁକ୍ତି ହୋଇଥିଲା, ଯାହାକି ଗତ ମେ ୨୨, ୨୦୨୩ରେ ଆରମ୍ଭ ହୋଇ ନଭେମ୍ବର ୨୨, ୨୦୨୪ରେ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ଡେଡ୍ ଲାଇନ୍ ସରିବାର ୧୧ ଦୀର୍ଘ ମାସ ପରେ ବି ମାତ୍ର ୬୫ ପ୍ରତିଶତ କାମ ସରିଛି। ଗୋଟେପଟେ ତହସିଲ, କ୍ରିଟ୍ ଓ  ଜାତୀୟ ରାଜପଥ ବିଭାଗର ସମ୍ମନ୍ୱୟ ଅଭାବରୁ ୩୮ଜଣଙ୍କ ଜମି ଅଧିଗ୍ରହଣ ହୋଇପାରୁନି କି ବାଇପାସ ରାସ୍ତା କାମ ଆଗଉନି । ସେପଟେ ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀଙ୍କ ବାରମ୍ବାର ବଦଳି ପାଇଁ ଜିଲ୍ଲାବାସୀଙ୍କ ସ୍ୱପ୍ନ ଅନିଶ୍ଚିତତା ମଧ୍ୟରେ।

ଅଧିକ ଦେଖନ୍ତୁ:

Scroll to Top