ବାତ୍ୟା ପ୍ରଭାବରେ ରାଜ୍ୟରେ ଭୂସ୍ଖଳନ ଆଶଙ୍କା ରହିଛି। ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ। ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
/odishatv-khabar/media/media_files/2025/10/27/landslide-2025-10-27-18-06-39.jpg)
LANDSLIDE Photograph: (OTV)
ବାତ୍ୟା ପ୍ରଭାବରେ ରାଜ୍ୟରେ ଭୂସ୍ଖଳନ ଆଶଙ୍କା ରହିଛି। ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ। ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ ରେ ଭୂସ୍ଖଳନ ଆଶଙ୍କା ରହିଛି। ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ହୋଇପାରେ। ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ। ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ। ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ। ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ ବୋଲି ଅଗ୍ନିଶମ ଡିଜି କହିଛନ୍ତି। …
କଳିଙ୍ଗା ଘାଟି ରାସ୍ତା ସିଲ୍। ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି ରାସ୍ତା ସିଲ୍ କଲା ପ୍ରଶାସନ । ଘାଟି ମରାମତି ପାଇଁ ଚାଲିଥିବା ନିର୍ମାଣ କାମକୁ ବି ବନ୍ଦ କଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ପୋଲିସ ଓ ପ୍ରଶାସନ ଦୁର୍ଗାପ୍ରସାଦରେ ପହଞ୍ଚି କଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧି ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଛି। ଘାଟିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହିତ ଘାଟି ଉପରକୁ ଯିବାକୁ ବାରଣ କରାଯାଇଛି।
‘ଭୂସ୍ଖଳନ ଆଶଙ୍କା, ମୁକାବିଲା ପାଇଁ ପ୍ରସ୍ତୁତ’
ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା
ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ
‘ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ ରେ ଭୂସ୍ଖଳନ ଆଶଙ୍କା’
‘ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି’
‘ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ’
‘ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ’
‘ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍ ’
‘୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ’




