‘ମୋନ୍ଥା’ ମୁକାବିଲା ନେଇ ପ୍ରସ୍ତୁତି, ରାଜସ୍ୱ ମନ୍ତ୍ରୀଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ

‘ମୋନ୍ଥା’-ମୁକାବିଲା-ନେଇ-ପ୍ରସ୍ତୁତି,-ରାଜସ୍ୱ-ମନ୍ତ୍ରୀଙ୍କ-ଅଧକ୍ଷତାରେ-ସମୀକ୍ଷା-ବୈଠକ

‘ମୋନ୍ଥା’ ମୁକାବିଲା ନେଇ ପ୍ରସ୍ତୁତି, ରାଜସ୍ୱ ମନ୍ତ୍ରୀଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ

Published By: Kirti – Prameya-News7 Bureau | October 27, 2025 12:58 PM

NEWS7

suresh pujari

ଭୁବନେଶ୍ୱର ୨୭।୧୦ : ବାତ୍ୟା ମୋନ୍ଥା ଉପକୂଳ ମୁହାଁ । ମୁକାବିଲା ପୁରା ସରକାର ପ୍ରସ୍ତୁତ । ଏହିକ୍ରମରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଆଦି ଉପସ୍ଥିତ ରହିଛନ୍ତି । ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଭିଡିଓ କନ୍‌ଫରେନ୍ସି ଜରିଆରେ ସାମିଲ ହୋଇଥିଲେ ।

ସମୀକ୍ଷା ବୈଠକ ପରେ ଆୟୋଜିତ ପ୍ରେସମିଟ୍‌ରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାର ପୁରା ପ୍ରସ୍ତୁତ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ବାତ୍ୟା ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଯିବ । ଛତିଶଗଡ଼ରେ ବର୍ଷା ହେଲେ ମହାନଦୀକୁ ପାଣି ଆସିବ । ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ସମ୍ଭାଳିବାକୁ ଜଳଭଣ୍ଡାର ଖୋଲୁଛୁ । ତେଣୁ ବାତ୍ୟା ପାଇଁ କୌଣସି ବି ଲୋକେ ଭୟଭୀତ ହୁଅନ୍ତିନି । ଆବଶ୍ୟକ ନପଡିଲେ କୌଣସି ଲୋକ ବର୍ଷା ସମୟରେ ଘରୁ ବାହାରନ୍ତୁନି । ସ୍ଥିତିକୁ ଦେଖି କଣ୍ଟ୍ରୋଲ ଖୋଲାଯାଇଛି । ହେଲପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । କିଛି ବି ଅସୁବିଧା ହେଲେ ଫୋନ୍‌ କରନ୍ତୁ । ଏଭଳି ସ୍ଥିତିରେ ଗର୍ଭବତୀଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାନାନ୍ତର କରାଯାଉଛି । ​​​​​​​

Scroll to Top