C

c

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’। ଆନ୍ଧ୍ରପ୍ରଦେଶ କାକିନାଡାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ। ଗୋପାଳପୁର ଠାରୁ ୮୬୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ।

author-image

Cyclone Montha Forms

Cyclone Montha Forms Photograph: (OTV)

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’ । ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗତ ୩ ଘଣ୍ଟା ମଧ୍ୟରେ ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ଆସନ୍ତାକାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । 
ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ। ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ମୋନ୍ଥା ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। 
ଆଜିଠୁ ଆନ୍ଧ୍ର ଉପକୂଳରେ ଦେଖିବାକୁ ମିଳିପାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। କାଲି ସକାଳୁ ବଢ଼ିବ ପବନ।

ଅଧିକ ଦେଖନ୍ତୁ:


•    ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’ 
•    ଆନ୍ଧ୍ରପ୍ରଦେଶ କାକିନାଡାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ
•    ଗୋପାଳପୁର ଠାରୁ ୮୬୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ 
•    ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି
•    କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା
•    କାଲି ସନ୍ଧ୍ୟାରୁ ରାତି ଭିତରେ କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍
•    ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବ
•    ଝଟକା ପବନ ୧୧୦ କିମି ଯାଏଁ ବଢ଼ିପାରେ
•    ଆଜିଠୁ ଆନ୍ଧ୍ର ଉପକୂଳରେ ଦେଖିବାକୁ ମିଳିବ ପ୍ରଭାବ

Scroll to Top