C

c

ରେଡ୍ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା। ୮ ଜିଲ୍ଲାକୁ ଗଲେଣି ୧୨୮ଟି ଉଦ୍ଧାରକାରୀ ଟିମ୍। ୨୪ ଓଡ୍ରାଫ, ୫ NDRF, ୯୯ ଫାୟାର ଟିମ୍ ଜିଲ୍ଲାକୁ ଗଲେଣି। ରାଜସ୍ବ ମନ୍ତ୍ରୀଙ୍କ ସୂଚନା।

author-image

Cyclone

Cyclone Photograph: (OTV)

ଆନ୍ଧ୍ରକୁ ହିଟ୍ କରିବା ପରେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଦେଖାଇପାରେ ସମ୍ଭାବ୍ୟ ସାଇକ୍ଲୋନ୍ ମୋନ୍ଥା। ୮ଟି ଜିଲ୍ଲାରେ ପ୍ରଭାବ ଝାଡିବ ବାତ୍ୟା। ଏଥିପାଇଁ ରେଡ୍ ଜୋନରେ ଅଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା  ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ। ଏସବୁ ଜିଲ୍ଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି। ଉଚ୍ଚସ୍ତରୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। 
ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୮ ଜିଲ୍ଲାକୁ ଗଲେଣି ୧୨୮ ରେସକ୍ୟୁ ଟିମ୍। ଏଥିରେ ରହିଛି ୨୪ଟି ଓଡ୍ରାଫ, ୫ଟି NDRF ଓ ୯୯ଟି ଅଗ୍ନିଶମ ବାହିନୀ ଟିମ୍। ସବୁ ଜିଲ୍ଲାକୁ ୩ଟି ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ପଠାଯାଇଛି ୫ଟି NDRF ଟିମ୍। 
ସେହିପରି ମାଲକାନଗିରିରେ ଅଗ୍ନିଶମ ବାହିନୀର ୮ଟି ଟିମ୍ ଥିବା ବେଳେ କୋରାପୁଟରେ ୧୪, ନବରଙ୍ଗପୁରରେ ୧୦, ରାୟଗଡ଼ାରେ ୧୧, ଗଜପତିରେ ୭, ଗଞ୍ଜାମରେ ୨୪, କନ୍ଧମାଳରେ ୧୨ ଓ କଳାହାଣ୍ଡି ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ରହିଛନ୍ତି। ଏଥିସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାରେ। 
ବାତ୍ୟାରେ କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ସେହିପରି ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ଶେଷ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି।
•    ରେଡ୍ ଜୋନରେ ୮ ଜିଲ୍ଲା 
•    ରେଡ୍ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା 
•    ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନ୍
•    ରେଡ୍ ଜୋନରେ ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି 
•    ୮ ଜିଲ୍ଲାକୁ ଗଲେଣି ୧୨୮ଟି ଉଦ୍ଧାରକାରୀ ଟିମ୍ 
•    ୨୪ ଓଡ୍ରାଫ, ୫ NDRF, ୯୯ ଫାୟାର ଟିମ୍ ଜିଲ୍ଲାକୁ ଗଲେଣି
•    ମାଲକାନଗିରିରେ ୧୨, କୋରାପୁଟରେ ୧୮ଟି ଟିମ୍ ମୁତୟନ
•    ନବରଙ୍ଗପୁରରେ ୧୩, ରାୟଗଡ଼ାରେ ୧୫ଟି ଟିମ୍
•    ଗଜପତିରେ ୧୧, ଗଞ୍ଜାମ ଜିଲ୍ଲାରେ ୨୭ଟି ଟିମ୍ 
•    କନ୍ଧମାଳରେ ୧୬, କଳାହାଣ୍ଡି ଜିଲ୍ଲାରେ ୧୬ଟି ଟିମ୍ ସଜାଗ
•    ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲା ପ୍ରଭାବିତ ହୋଇପାରେ
•    ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାର
•    କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ଶେଷ ହେବ
•    ବାତ୍ୟାରେ କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ
•    ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା

Scroll to Top