ମହଙ୍ଗା ପଡ଼ିଲା ଥାନାରେ ଅଟକ ରଖିବା ଓ ମାଡ଼ ମାରିବା, ଥାନା ଆଇଆଇସି ନିଲମ୍ବିତ
Published By: Kirti – Prameya-News7 Bureau | October 27, 2025 07:41 AM
NEWS7
ଚୌଦ୍ୱାର ୨୭।୧୦ : ମହଙ୍ଗା ପଡିଲା ଥାନାରେ ଅଟକ ରଖିବା । ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ଦୁଇ ଦିନ ଥାନାରେ ଅଟକ ରଖିବା ଓ ମାଡ଼ ମାରିବା ଘଟଣାରେ ଆକ୍ସନ । ଟାଙ୍ଗୀ ଥାନା ଆଇଆଇସି ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ଖବର ଅନୁଯାୟୀ, କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଟାଙ୍ଗୀ ଥାନା ପୋଲିସ ଗତ ୨୧ ତାରିଖରେ ତାଙ୍କୁ ଘରୁ ଉଠାଇ ଆଣିଥିଲା । ଥାନାରେ ଦୁଇ ଦିନ ଧରି ରଖିଥିଲେ । ହେଲେ ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କାରଣରୁ ସେ ଅସୁସ୍ଥ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଆକ୍ସନମୋଡ଼କୁ ଆସିଛି ଓଡ଼ିଶା ପୋଲିସ । ଘଟଣାର ତଦନ୍ତ କରି ଥାନା ଆଇଆଇସି ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।




