୫ ବର୍ଷ ବନ୍ଦ ରହିବା ପରେ ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

୫-ବର୍ଷ-ବନ୍ଦ-ରହିବା-ପରେ-ଭାରତ-ଚୀନ-ମଧ୍ୟରେ-ସିଧାସଳଖ-ବିମାନ-ସେବା-ଆରମ୍ଭ

ନୂଆଦିଲ୍ଲୀ: ପାଞ୍ଚ ବର୍ଷରୁ ଅଧିକ ସମୟ ବନ୍ଦ ହୋଇ ରହିବା ପରେ ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଭାରତରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ରବିବାର ଏହି ସୂଚନା ଦେଇଚନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଚୀନ୍ ଏବଂ ଭାରତ ମଧ୍ୟରେ ସିଧାସଳଖ ବିମାନ ସେବା ଏବେ ବାସ୍ତବତା” ରବିବାର ପ୍ରଥମ ବିମାନ କୋଲକାତାରୁ ଗୁଆଙ୍ଗଝୁକୁ ଉଡ଼ାଣ ଆରମ୍ଭ କରିଛି। ଏହାପରେ ସାଂଘାଇ-ନୂଆଦିଲ୍ଲୀ ରୁଟ୍ ନଭେମ୍ବର ରେ ଖୋଲିବ । ପ୍ରତି ସପ୍ତାହରେ ଏହି ରୁଟ୍‌ରେ ତିନୋଟି ବିମାନ ଉଡ଼ାଣ ଭରିବ।

ଚଳିତ ମାସ ଆରମ୍ଭରେ, ଇଣ୍ଡିଗୋ ପ୍ରଥମେ ଚୀନକୁ ବିମାନ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଥିଲା ​କୋଭିଡ୍-୧୯ ସ୍ଥଗିତ କମ୍ପାନୀ ବିମାନ ସେବା ପୁନଃଆରମ୍ଭ କରିବ ବୋଲି ଅକ୍ଟୋବର ୨୬ ତାରିଖରେ ପ୍ରେସ୍‌ ରିଲିଜ୍ ଜାରି କରିଥିଲା। ୨୬ ଅକ୍ଟୋବର ୨୦୨୫ରୁ ଏୟାରବସ୍ A320neo ବିମାନ କୋଲକାତା ଏବଂ ଗୁଆଙ୍ଗଝୁ ମଧ୍ୟରେ ଦୈନିକ ନନଷ୍ଟପ୍ ବିମାନ ସେବା ଆରମ୍ଭ କରିବ ବୋଲି କମ୍ପାନୀ କହିଥିଲା ସେହିପରି ଦିଲ୍ଲୀ ଏବଂ ଗୁଆଙ୍ଗଝୁ ମଧ୍ୟରେ ଦୈନିକ ସିଧାସଳଖ ବିମାନ ସେବା ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବ ବୋଲି ଅକ୍ଟୋବର ୧୧ ରେ କମ୍ପାନୀ ଘୋଷଣା କରିଥିଲା।

କୋଭିଡ୍-୧୯ ମହାମାରୀ ଏବଂ ଜୁନ୍ ୨୦୨୦ରେ ଗାଲୱାନ୍ ଭ୍ୟାଲି ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ବିମାନ ସେବା ବନ୍ଦ କରାଯାଇଥିଲା। ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ଚୁକ୍ତିରେ ପହଞ୍ଚିଥିଲେ। ଯାହାକୁ ସୀମା ଉତ୍ତେଜନା ହ୍ରାସ କରିବାରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି। ଏହାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ସୁଧୁରିବାର ଦେଖାଯାଉଛି। ଏବେ ବିମାନ ସେବା ଆରମ୍ଭ ହେବା ପରେ ଆଗକୁ ଅନ୍ୟାନ୍ୟ କଟକଣା ମଧ୍ୟ ହଟିପାରେ।

Scroll to Top