ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶ କୁରନୋଲରେ ବସ୍ ଜଳିଯିବା ଘଟଣାରେ ଦୁର୍ଘଟଣା ଘଟାଇଥିବା ମୃତ ବାଇକ ଚାଳକ ଶିବଶଙ୍କର ନାଁରେ ପୁଲିସ ମାମାଲେ ରୁଜୁ କରିଛି। ଶିବଶଙ୍କର ନିଶାରେ ଥାଇ ବାଇକ ଚଳାଇବା ସହିତ ବସ୍କୁ ଧକ୍କା ଦେବାରୁ ଏଭଳି ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଶିବଶଙ୍କର ଗାଡ଼ିରେ ବସିଥିବା ଇରିସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି।
ଦାୟର ହୋଇଥିବା ଏଫ୍ଆଇଆର୍ରେ ଇରିସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେ ଓ ଶିବଙ୍କର ମୋଟର ସାଇକେଲ୍ରେ ବାହାରିବା ପୂର୍ବରୁ ମଦ ପିଇଥିଲେ। ନିଶାର ବାଇକ ଚଳାଉ ଥିବାରୁ ଶିବଶଙ୍କର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲେ। ଏବଂ ରୋଡ୍ ଡିଭାଇଡର ପିଟି ହୋଇ ହାଇୱେର ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଇରିସ୍ୱାମୀ ଆହତ ହୋଇଥିଲେ।
ଇରାସ୍ୱାମୀଙ୍କର ଅଭିଯୋଗ ଅନୁସାରେ, ବାଇକ୍ଟି ଡିଭାଇଡରରେ ପିଟି ହେବା ପରେ ରାସ୍ତାରେ ପଡ଼ିଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଆଉ ଏକ ଗାଡ଼ି ବାଇକ୍ରେ ଧକ୍କା ହୋଇ ବାଇକ୍କୁ ରାସ୍ତା ମଝିକୁ ଟାଣି ନେଇଥିଲା। ଏହାର କିଛି ସମୟ ପରେ ଘରୋଇ ବସ୍ ବାଇକ୍ ଉପରେ ଚଢ଼ିଯିବାରୁ କିଛିବାଟ ଟାଣି ହେବା ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ଚାହୁଁ ଚାହୁଁ ନିଆଁ ପୂରା ବସ୍କୁ ଜାଳି ଦେଇଥିଲା। ଘଟଣାରେ ୨୦ ଜଣଙ୍କର ଜୀବନ ଯାଇଛି।
ଈରାସ୍ୱାମୀଙ୍କ ଅଭିଯୋଗ କ୍ରମେ ଉଲିଣ୍ଡାକୋଣ୍ଡା ପୋଲିସ ମୃତକଙ୍କ ବିରୁଦ୍ଧରେ ଆଇପିସିର ଧାରା ୨୮୧, ୧୨୫(ଏ), ଏବଂ ୧୦୬(୧) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ଅବହେଳା ଏବଂ ବେପରୁଆ ଗାଡି ଚାଳନା ଭଳି ଅଭିଯୋଗ ରହିଛି।
ଅନ୍ୟପକ୍ଷରେ, ଶନିବାର ଦିନ ଆନ୍ଧ୍ରପ୍ରଦେଶ ପୋଲିସ କହିଛି ଯେ କୁର୍ଣ୍ଣୁଲ ଜିଲ୍ଲାରେ ଏକ ବାଇକ୍କୁ ଧକ୍କା ଦେବା ପରେ ବସ୍ରେ ଥିବା ଦୁଇଟି ୧୨ କେଭି ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ତେବେ ପ୍ରାଥମିକ ରିପୋର୍ଟ କହିଛି ଯେ ବସ୍ରେ ଥିବା ସ୍ମାର୍ଟଫୋନ୍ ରପ୍ତାନୀ କରାଯାଉଥିଲା। ଏଥିରେ ଥିବା ଲିଥିୟନ ଆୟନ ବ୍ୟାଟେରୀ ବସ୍ରେ ନିଆଁକୁ ବ୍ୟାପିବାରେ ସହଯୋଗ କରିଥିଲା। ଯାହା ପାଇଁ ୨୦ ଜଣଙ୍କ ଜୀବନ ଯାଇଛି।




