M

m

ଜନ୍ମମାଟି ପ୍ରେମ ତାଙ୍କୁ ଟାଣି ଆଣିଛି ବିଦେଶରୁ। କିଏ ତାଙ୍କ ପୂର୍ବଜ କେଉଁଠି ତାଙ୍କ ଘର, ତାଙ୍କୁ କିଛି ଜଣା ନାହିଁ। ଖାଲି ଏତିକି ଠିକଣା ଅଛି ଯେ ତାଙ୍କ ପୂର୍ବପୁରୁଷ ଯାଜପୁରରେ ବାସ କରୁଥିଲେ। ଯାହାକୁ ପାଥେୟ କରି ୬୪ ବର୍ଷ ବୟସରେ ସେ ଧାଇଁ ଆସିଛନ୍ତି ତାଙ୍କୁ ଖୋଜିବା ପାଇଁ।

author-image

Jajpur-Mauritus-Citizen

Jajpur-Mauritus-Citizen Photograph: (OTV)

ଜନ୍ମମାଟି ପ୍ରେମ ତାଙ୍କୁ ଟାଣି ଆଣିଛି ବିଦେଶରୁ। କିଏ ତାଙ୍କ ପୂର୍ବଜ କେଉଁଠି ତାଙ୍କ ଘର, ତାଙ୍କୁ କିଛି ଜଣା ନାହିଁ। ଖାଲି ଏତିକି ଠିକଣା ଅଛି ଯେ ତାଙ୍କ ପୂର୍ବପୁରୁଷ ଯାଜପୁରରେ ବାସ କରୁଥିଲେ। ଯାହାକୁ ପାଥେୟ କରି ୬୪ ବର୍ଷ ବୟସରେ ସେ ଧାଇଁ ଆସିଛନ୍ତି ତାଙ୍କୁ ଖୋଜିବା ପାଇଁ। ଏ ବିରଳ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ରାମରୂପ ଜୁଗୁରନାଥ। ଇଂରେଜ ସମୟରେ ତାଙ୍କ ପୂର୍ବଜ ଯାଜପୁରରୁ ଦାସ ଭାବେ ମରିସସ ଯାଇଥିଲେ। ଆଉ ୫ ପିଢ଼ୀ ଧରି ସେ ସୁଦୂର ମରିସସରେ ରହିଆସୁଛନ୍ତି। ସେଇଠି ହିଁ ଶିକ୍ଷାଦୀକ୍ଷା ସମାପ୍ତ ହୋଇଛି। ହେଲେ ଯେବେଠାରୁ ରାମରୂପ ଜାଣିଲେ ବିରଜା କ୍ଷେତ୍ର ତାଙ୍କ ଜନ୍ମମାଟି ଓ ତାଙ୍କ ପୂର୍ବ ପୁରୁଷଙ୍କ ବାସସ୍ଥଳୀ। ସେବେଠାରୁ ସେ ଏଠାକୁ ଆସି ନିଜ ପରିବାରକୁ ଭେଟିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଥରକୁ ମିଶାଇ ସେ ୪ର୍ଥ ଥର ପାଇଁ ପରିବାରକୁ ଖୋଜିବାକୁ ଏଠାକୁ ଆସିଛନ୍ତି।  

ରାମରୂପଙ୍କୁ ଡାକୁଛି ଯାଜପୁର ମାଟି। ଏଥର ସେ ସାତ ଦିନ ପାଇଁ ଆସିଛନ୍ତି। ରାମରୂପଙ୍କ ବିଶ୍ବାସ ରହିଛି ଯେ ତାଙ୍କ ପିତୃପୁରୁଷଙ୍କୁ ଏଇଠାରେ ହିଁ ଦାହ ସଂସ୍କାର କରାଯାଇଛି। ତେଣୁ ପ୍ରଥମେ ସେ ବୈତରଣୀର ସିଦ୍ଧେଶ୍ୱର ଘାଟରେ ପୂର୍ବ ପୁରୁଷଙ୍କ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି ।  

ବର୍ଷ ବର୍ଷ ହେବ ପରିବାରକୁ ଖୋଜୁଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କ ଠିକଣା ପାଇପାରୁନାହାନ୍ତି ରାମରୂପ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କିଛି ନଥିପତ୍ର ମଧ୍ୟ ଆଣିଛନ୍ତି। ହେଲେ ସେ ସନ୍ଧାନ ଛାଡ଼ିନାହାନ୍ତି। ଯାଜପୁରରେ ରହି ମା ବିରଜାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପରିବାରକୁ ନ ଭେଟିବା ଯାଏଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ରାମରୂପ। 

କୁହାଯାଏ ମାଟି ଓ ମଣିଷର ସମ୍ପର୍କ ଜନ୍ମ ଜନ୍ମାନ୍ତରର। ଯାହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ରାମରୂପ। ଆଶା ସେ ଖୁବଶୀଘ୍ର ତାଙ୍କ ପରିବାରକୁ ଭେଟି ପାରିବେ । 

Scroll to Top