ଆସନ୍ତୁ ଆଜି ଜାଣିବା କିପରି ରବିବାରକୁ ମଜାଦାର ଓ ସ୍ମରଣୀୟ କରିବେ। ଚାଲନ୍ତୁ କିଛି ଟିପ୍ସ ଓ ଆଇଡିଆ ସହିତ ଏକ ପୂର୍ଣ୍ଣ ଯୋଜନା ତିଆରି କରିବା । ପ୍ରଥମେ ସକାଳୁ ଉଠି ନିତ୍ୟକର୍ମ ସାରିଦିଅନ୍ତୁ । ଆଉ ମର୍ଣ୍ଣିଂ ୱାକ୍ କରିବାକୁ ଯାଆନ୍ତୁ
/odishatv-khabar/media/media_files/2025/10/26/sunday-2025-10-26-14-59-22.jpg)
sunday Photograph: (OTV)
ରବିବାରକୁ କେମିତି କରିବେ ମଜାଦାର ? ଏହି ପ୍ରଶ୍ନ ଅନେକଙ୍କ ମନରେ ଥାଏ । ଅଳସୁଆ ଗୁଣ ହେଉ କିମ୍ବା ଅନ୍ୟ କିଛି ରବିବାର ଆସେ ଓ ଚାଲିଯାଏ । ସେମାନେ ଭାବିଥାନ୍ତି ଅନେକ କିଛି କରିବେ କିନ୍ତୁ କରିପାରିନଥାନ୍ତି । ଛଅ ଦିନ ଧରି ଅଫିସ୍, ପାଠପଢ଼ା, ଘରକାମ ଓ ଟ୍ରାଫିକ୍ର ଭିଡରେ ଫସି ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥାଏ । ରବିବାର ଆସିଲେ ମନ କୁହେ ଫୁଲ ମସ୍ତି କରିବା ସହ ଟିକେ ବିଶ୍ରାମ ନେବାକୁ । କିନ୍ତୁ ଅନେକ ଲୋକ ଏହି ଦିନକୁ କେବଳ ଶୋଇବା, ଟିଭି ଦେଖିବା କିମ୍ବା ମୋବାଇଲ୍ ସ୍କ୍ରୋଲ୍ କରି ନଷ୍ଟ କରିଦିଅନ୍ତି।
ଆସନ୍ତୁ, ଆଜି ଜାଣିବା କିପରି ରବିବାରକୁ ମଜାଦାର ଓ ସ୍ମରଣୀୟ କରିବେ। ଚାଲନ୍ତୁ, କିଛି ଟିପ୍ସ ଓ ଆଇଡିଆ ସହିତ ଏକ ପୂର୍ଣ୍ଣ ଯୋଜନା ତିଆରି କରିବା ! ପ୍ରଥମେ ସକାଳୁ ଉଠି ନିତ୍ୟକର୍ମ ସାରିଦିଅନ୍ତୁ । ଆଉ ମର୍ଣ୍ଣିଂ ୱାକ୍ କରିବାକୁ ଯାଆନ୍ତୁ । ଫେରିଲେ ବାଲକୁନିରେ ବସି କଫି ପିଇ ପରିବେଶକୁ ଉପଭୋଗ କରନ୍ତୁ । ଯଦି ବାଲକୁନି ନାହିଁ ଘରେ ବି ବସି ପିଇପାରିବେ ।
ଏହା ପରେ ନିଜ ମନ ପସନ୍ଦର ବ୍ରେକଫାଷ୍ଟ ତିଆରି କରନ୍ତୁ। ପରିବାର ସହିତ ମିଶି ପାନକେକ୍, ଓମ୍ଲେଟ୍ କିମ୍ବା ଉପମା ଇଡଲିର ମଜା ନେଇପାରିବେ । ୟୁଟ୍ୟୁବ ଦେଖି କିଛି ନୂଆ ବ୍ରେକଫାଷ୍ଟ ତିଆରି ବି କରିପାରିବେ । କିଛି ପୁରୁଣା ଗୀତ ବି ଶୁଣି ପାରିବେ । ଯାହା ଆପଣଙ୍କୁ ଏନର୍ଜି ଦେବ ।
ଯଦି ଏକା ରହୁଛନ୍ତି, ତେବେ ନିଜେ ଗୀତ ଗାଇ ଗାଇ ରାନ୍ଧନ୍ତୁ। ରୋଷେଇର ଫଟୋ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତୁ। ହସିବା ଓ ଖାଇବା ସହିତ ସକାଳ ମଜାଦାର ହୋଇଯିବ। ଯଦି ରୋଷେଇ କରିବାର ଇଚ୍ଛା ନାହିଁ ତେବେ ବାହାରୁ ଅର୍ଡର କରି ଖାଇପାରିବେ ।
ଏବେ ଦିନ ସମୟରେ ଆଉଟଡୋର ଅ୍ୟାକ୍ଟିଭିଟି କରନ୍ତୁ । ଘରେ ବସି ରହିଲେ ରବିବାର ବୋର ହୋଇଯାଏ। ପାର୍କକୁ ଯାଆନ୍ତୁ, ସାଇକଲ ଚଢ଼ନ୍ତୁ କିମ୍ବା ନଦୀ କୂଳରେ ପିକନିକ୍ କରନ୍ତୁ। ଓଡ଼ିଶାରେ ରହୁଥିଲେ ଚିଲିକା ହ୍ରଦ କିମ୍ବା କୋଣାର୍କ ଯାଇ ଦେଖନ୍ତୁ – ପ୍ରକୃତିର ସୌନ୍ଦର୍ଯ୍ୟ ଆପଣଙ୍କ ମନକୁ ରିଫ୍ରେସ୍ କରିଦେବ। ବନ୍ଧୁମାନଙ୍କୁ ଡାକି କ୍ରିକେଟ୍ କିମ୍ବା ବ୍ୟାଡମିଣ୍ଟନ୍ ଖେଳନ୍ତୁ। ଯଦି ବଜେଟ୍ କମ୍, ତେବେ ଘର ପାଖରେ ସାଙ୍ଗ ମାନଙ୍କ ସହ ଏକାଠି ହୋଇପାରିବେ ।
ଏକ ନୂଆ ହବି ଆରମ୍ଭ କରନ୍ତୁ – ଫଟୋଗ୍ରାଫି, ପେଣ୍ଟିଂ କିମ୍ବା ବଗିଚା କାମ କରିବା। ଏହା ନୂଆ ସ୍କିଲ୍ ଶିଖାଇ ଆନନ୍ଦ ଦେବ। ବର୍ଷା ହେଲେ ଘରେ ଇଣ୍ଡୋର ଗେମ୍ସ ଖେଳନ୍ତୁ – ଲୁଡୋ, ଚେସ୍ କିମ୍ବା ଡାନ୍ସ ପାର୍ଟି।
ଖରା ବେଳେ ବିଶ୍ରାମ ନିଅନ୍ତୁ ନହେଲେ ଏକ ଭଲ ମୁଭି ଦେଖନ୍ତୁ । କମେଡି ଫିଲ୍ମ ଯେମିତି ‘ହେରା ଫେରି’ କିମ୍ବା କିଛି ଓଡ଼ିଆ କ୍ଲାସିକ ଫିଲ୍ମ । ପରିବାର ସହିତ ପପ୍କର୍ଣ୍ଣ ଖାଇ ମଜାଦାର କଥା ସେୟାର କରନ୍ତୁ । ଯଦି ଘରେ ଏକା ଅଛନ୍ତି ମନ ପସନ୍ଦର ଲେଖକଙ୍କ ବହି ପଢ଼ନ୍ତୁ କିମ୍ବା ପୋଡକାଷ୍ଟ ଶୁଣନ୍ତୁ।
ସନ୍ଧ୍ୟାରେ ଷ୍ଟ୍ରିଟ୍ ଫୁଡ୍ ଖାଆନ୍ତୁ ଯେମିତିକି ଘୁଗୁନି, ଚାଟ୍, ମୋମୋ, ଚାଓମିନ କିମ୍ବା ଗୁପଚୁପ । ଯଦି ଘରେ ଶିଶୁ ଅଛନ୍ତି, ସେମାନଙ୍କ ସହିତ ଷ୍ଟୋରି କହିବା କିମ୍ବା ଡ୍ରଇଂ କରନ୍ତୁ। ରାତିରେ ଡିନରରେ ହାଲୁକା ଖାଦ୍ୟ ନିଅନ୍ତୁ । ଯେପରିକି ସୁପ । ଏହା ଆପଣଙ୍କୁ ଏକ ଭଲ ନିଦ ଦେବ ।
ଅତ୍ୟଧିକ ଯୋଜନା କରଲେ ଚାପ ହୋଇଯାଏ, ତେଣୁ ଫ୍ଲେକ୍ସିବଲ୍ ରହନ୍ତୁ। ସୋସିଆଲ୍ ମିଡିଆରୁ ଦୂରରେ ରହି ରିଅଲ୍ ଲାଇଫ୍ ଉପଭୋଗ କରନ୍ତୁ। ଏହା ନୂଆ ସପ୍ତାହ ପାଇଁ ଏନର୍ଜି ଦେବ। ତେଣୁ ପରବର୍ତ୍ତୀ ରବିବାରକୁ ମଜାରେ ଭରପୂର କରନ୍ତୁ । ହସନ୍ତୁ, ଖେଳନ୍ତୁ ଓ ଜୀବନକୁ ଉପଭୋଗ କରନ୍ତୁ ।




