P

p

ବାତ୍ୟା ‘ମୋନ୍ଥା’କୁ ଦେଖି ପୁରୀ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି। ୨୭, ୨୮ ଓ ୨୯ ତାରିଖ ତିନି ଦିନ ପାଇଁ ସମୁଦ୍ର ସ୍ନାନ ବାରଣ। ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା ଆକ୍ସନ ହେବ।

author-image

PURI-ALERT

PURI-ALERT Photograph: (OTV)

୩ ଦିନ ପାଇଁ ପୁରୀ ସମୁଦ୍ରକୁ ମନା। ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆସୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ହୋଇଛି। ଆସନ୍ତା ୨୭, ୨୮ ଏବଂ ୨୯। ଏହି ୩ ଦିନ ଧରି ସମୁଦ୍ର ଭିତରକୁ ନା କୌଣସି ପର୍ଯ୍ୟଟକଙ୍କୁ ଛଡ଼ାଯିବ ନା କେହି ବାଲିକୁ ଯାଇପାରିବେ। ସମ୍ଭାବ୍ୟ ବାତ୍ୟାକୁ ଦେଖି ସତର୍କତା ସ୍ବରୂପ ଏହି ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଯଦି କେହି ଅମାନିଆ ହେବେ ଏବଂ ସମୁଦ୍ରରେ ସ୍ନାନ କରିବେ, ଆଇନ ଅନୁଯାୟୀ କଡ଼ା ଆକ୍ସନ ନିଆଯିବ ବୋଲି କହିଛି ପୁରୀ ଅଗ୍ନିଶମ ବିଭାଗ। ବାତ୍ୟାର ପ୍ରକୋପ ବଢିଲେ ସମୁଦ୍ର ବାଲିକୁ ମଧ୍ୟ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି।

ଅଧିକ ଦେଖନ୍ତୁ:


•    ୩ ଦିନ ପାଇଁ ପୁରୀ ସମୁଦ୍ର ମନା
•    ବାତ୍ୟା ‘ମୋନ୍ଥା’କୁ ଦେଖି ପୁରୀ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
•    ୨୭, ୨୮ ଓ ୨୯ ତାରିଖ ଯାଏଁ ସମୁଦ୍ର ସ୍ନାନ ବାରଣ
•    ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା ଆକ୍ସନ ହେବ
•    ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା
•    ବାତ୍ୟା ପ୍ରକୋପ ବଢିଲେ ସମୁଦ୍ର ବାଲିକୁ ବି ପର୍ଯ୍ୟଟକଙ୍କୁ ଛଡ଼ାଯିବନି
•    ପୁରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ସୂଚନା

Scroll to Top