ନେଇଥିଲେ ୪୦, ନେଉଥିଲେ ୪୭ : ଟ୍ରେଜେରୀ ଅଫିସ୍ କର୍ମଚାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Published By: Ruby – Prameya-News7 Bureau | October 25, 2025 06:55 PM
NEWS7
ଜୟପୁର ୨୫।୧୦: ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ ।
ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଂଚ ମାଗିଥିଲେ । ପୂର୍ବରୁ ୪୦ ହଜାର ଟଙ୍କା ଭରତ ନାୟକ ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲା । ଅଭିଯୁକ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ । ତାଙ୍କ ଜୟପୁର ସ୍ଥିତ ଘର ସହ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଛି ।




