ବସ୍‌ ଭିତରେ ଥିବା ୨୩୪ଟି ମୋବାଇଲ ଯୋଗୁଁ ଘଟିଲା କି ଅଗ୍ନିକାଣ୍ଡ ? କୁରନୁଲ ଦୁର୍ଘଟଣାକୁ ନେଇ ଆଶ୍ଚର୍ଯ୍ୟକର ଦାବି , ତଦନ୍ତ ଜାରି

ବସ୍‌-ଭିତରେ-ଥିବା-୨୩୪ଟି-ମୋବାଇଲ-ଯୋଗୁଁ-ଘଟିଲା-କି-ଅଗ୍ନିକାଣ୍ଡ-?-କୁରନୁଲ-ଦୁର୍ଘଟଣାକୁ-ନେଇ-ଆଶ୍ଚର୍ଯ୍ୟକର-ଦାବି-,-ତଦନ୍ତ-ଜାରି

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର କୁରନୁଲରେ ଅଗ୍ନିକାଣ୍ଡ ଘଟଣାର ଯାଞ୍ଚ ଜାରି ରହିଛି। ଏହି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଦାବି ସାମ୍ନାକୁ ଆସିଛି। ଏହି ମୁତାବିକ ବସ୍ ଭିତରେ ରଖାଯାଇ ଥିବା ୨୩୪ଟି ମୋବାଇଲ ଯୋଗୁଁ ନିଆଁ ଖୁବ୍‌ ଜୋରରେ ଲାଗି ଥିଲା। କହି ରଖୁଛୁ କି, ଆନ୍ଧ୍ର ପ୍ରଦେଶର କୁରନୁଲରୁ ବେଙ୍ଗାଲୁରୁ ଯାଉଥିବା ଘରୋଇ ବସରେ ନିଆଁ ଲାଗିବା ଯୋଗୁଁ ୨୦ଜଣ ଲୋକ ଜୀବନ୍ତ ଜଳିଗଲେ। ଏହି ଦୁର୍ଘଟଣା ସକାଳ ସମୟରେ ହୋଇଥିଲା , ଯେବେ କି ବହୁ ସଂଖ୍ୟାରେ ଯାତ୍ରୀ ଶୋଇ ଯାଇଥିଲେ।

ବସ ଦୁର୍ଘଟଣାକୁ ନେଇ ଖୁବ୍‌ ଜୋରରେ ଯାଞ୍ଚ କରାଯାଉଛି। ଏନଡିଟିଭିର ରିପୋର୍ଟ ମୁତାବିକ ବସ୍‌ରେ ପାଖାପାଖି ୪୬ ଲକ୍ଷ ଟଙ୍କା ମୂଲ୍ୟର ୨୩୪ଟି ସ୍ମାର୍ଟଫୋନ୍‌ର କନ୍ସାଇନମେଣ୍ଟ ରଖା ଯାଇଥିଲା। ସୂଚନା ଆଧାରରେ ଏହି କନ୍ସାଇନମେଣ୍ଟ ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କର ଥିଲା। ବ୍ୟବସାୟୀଙ୍କ ନାମ ମଗନନାଥ ଥିବା କୁହାଯାଉଛି। ରିପୋର୍ଟରେ ଫରେନ୍ସିକ୍‌ ଏକ୍ସପର୍ଟଙ୍କ ଉଲ୍ଲେଖ ଦେଇ କୁହାଯାଇଛି ଯେ, ସ୍ମାର୍ଟଫୋନ୍‌ର ବ୍ୟାଟେରୀରେ ହୋଇଥିବା ବିସ୍ଫୋରଣ ଯୋଗୁଁ ନିଆଁ ଖୁବ୍‌ ଜୋରରେ ଜଳି ଉଠିଲା।

ପୁଲିସ ଏହି ମାମଲାରେ ଦୁଇ ବସ୍‌ ଡ୍ରାଇଭରଙ୍କ ଅବହେଳା ଓ ଓଭରସ୍ପିଡ୍‌ର ମାମଲା ରୁଜୁ କରିଛି। ଏହି ମାମଲା ଦୁର୍ଘଟଣାରୁ ରକ୍ଷା ପାଇଥିବା ଜଣେ ଯାତ୍ରୀ ଏନ୍ ରମେଶଙ୍କର ଅଭିଯୋଗରେ ରୁଜୁ କରାଯାଇଛି। ବସ୍‌ରେ ଦୁଇ ଜଣ ଡ୍ରାଇଭର ଥିଲେ। ଏଥିରେ ଜଣେ ୩୦ ବର୍ଷିୟ ସିୱା ନାରାୟଣ। ହେଲେ ଦୁର୍ଘଟଣା ସମୟରେ ସେ ବସ୍‌ ଚଲାଉ ନଥଲେ। ବସ୍‌ ଚଲାଉ ଥିବା ଲକ୍ଷ୍ମେୟା ଦୁର୍ଘଟଣା ପରେ ସେଠାରେ ଫେରାର ହୋଇଯାଇ ଥିଲେ। ବର୍ତ୍ତମାନ ସେବା ନାରାୟଣ ପୁଲିସ ହେପାଜତରେ ଅଛନ୍ତି।

ଉଲ୍ଲେଖନୀୟ ଯେ, ଆନ୍ଧ୍ର ପ୍ରଦେଶର କୁରନୁଲରେ ଏକ ଦୁଇ ଚକିଆ ଗାଡ଼ିରେ ଧକ୍କା ହେବା ପରେ, ଘରୋଇ ବସ୍‌ରେ ଶୁକ୍ରବାର ନିଆଁ ଲାଗି ଯାଇଥିଲା। ଏଥିରେ ୨୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ମୁତାବିକ, ଧକ୍କା ହେବା ପରେ ମୋଟରସାଇକେଲ ବସ୍‌ ତଳେ କିଛି ଦୂର ଘୋଷାଡ଼ି ହୋଇ ଯାଇଥିଲା ଏବଂ ଏହି ମଧ୍ୟରେ ପେଟ୍ରୋଲ ଟାଙ୍କିର ଢାଙ୍କୁଣି ଖୋଲିଗଲା, ଯେଉଁଥିରେ ନିଆଁ ଲାଗିଗଲା। ଦୁର୍ଘଟଣାରେ ମୃତଦେହ ଏତେ ଜଳି ଯାଇଥିଲା ଯେ, ତାଙ୍କୁ ଚିହ୍ନଟ ବି କରାଯାଇ ପାରିଲା ନାହିଁ। ଏଥିରେ ଦୁଇଟି ପିଲା ଓ ମୋଟର ସାଇକେଲ ଚାଳକ ମଧ୍ୟ ଅଛନ୍ତି। ଉକ୍ତ ଦୁର୍ଘଟଣାରେ ନଅ ଜଣ ଲୋକେ ଆହତ ହୋଇଛନ୍ତି।

Scroll to Top