P

p

ଫଲଟନ ସବଡିଭିଜନାଲ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ ପିଡିତା ମହିଳା ଡାକ୍ତର ଜଣକ। ହେଲେ ଫଲଟନ ଗ୍ରାମୀଣ ଥାନାରେ କାର୍ଯରତ ଦୁଇ ପୋଲିସ ଅଧିକାରୀ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ।

author-image

Doctor-Death-Mystery

Doctor-Death-Mystery Photograph: (OTV)

ଖାକି ବର୍ଦ୍ଦି ତଳେ ଲୁଚି ରହିଥିଲା ଦୁଷ୍କର୍ମକାରୀ। ରକ୍ଷକ ସାଜି ଭକ୍ଷକର କାମ କରୁଥିଲେ ପୋଲିସ ଅଫିସର। ୫ ମାସ ଧରି ମହିଳା ଡାକ୍ତରଙ୍କୁ କରୁଥିଲେ ଦୁଷ୍କର୍ମ। ଦୁଇ ପୁଲିସ୍‌ ବାବୁ ତାଙ୍କ ଜୀବନକୁ କେମିତି ନର୍କ କରିଦେଇଥିଲେ, ସେକଥା ସେ ନିଜ ହାତ ପାପୁଲିରେ ଉଲ୍ଲେଖ କରିଛନ୍ତି। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସତାରାରେ। 

ସୂଚନା ମୁତାବକ, ଫଲଟନ ସବଡିଭିଜନାଲ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ ପିଡିତା ମହିଳା ଡାକ୍ତର ଜଣକ। ହେଲେ ଫଲଟନ ଗ୍ରାମୀଣ ଥାନାରେ କାର୍ଯରତ ଦୁଇ ପୋଲିସ ଅଧିକାରୀ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ। ପାପୁଲିରେ ଲେଖାଥିବା ନୋଟରେ ପୀଡ଼ିତା ଜଣଙ୍କ ଏସ୍‌ଆଇ ଗୋପାଲ ବାଦନେ ଓ ପ୍ରଶାନ୍ତ ବାନକରଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପୀଡ଼ିତା ଜଣଙ୍କ ଲେଖିଛନ୍ତି ଯେ “ପୁଲିସ୍‌ ଇନସପେକ୍ଟର ଗୋପାଲ ମୋ ମୃତ୍ୟୁ ପାଇଁ ଦାୟୀ। ସେ ମୋତେ ୪ ଥର ଦୁଷ୍କର୍ମ କରିଛନ୍ତି। ସେ ୫ ମାସ ହେଲା ମୋତେ ଦୁଷ୍କର୍ମ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଛନ୍ତି। ପ୍ରଶାନ୍ତ ବାନକର ମଧ୍ୟ ନିର୍ଯାତନା ଦେଇ ଚାଲିଥିଲେ। ତେବେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ଭୁଲ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କ ଉପରେ ବହୁତ ପୋଲିସ ଏବଂ ରାଜନୈତିକ ଚାପ ଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ।

ତେବେ ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଥିଲା। ପୀଡିତା ତାଙ୍କ ହାତ ପାପୁଲିରେ ଲେଖାଯାଇଥିବା ନୋଟ୍ ବ୍ୟତୀତ ଗତ ଜୁନ୍ ୧୯ ତାରିଖରେ ଫଲଟନର ଡିଏସପିଙ୍କୁ ଲେଖିଥିବା ଏକ ଚିଠିରେ ସମାନ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ସତାରା DSP କହିଛନ୍ତି, “ଆମେ ଏହି ଘଟଣା ବିଷୟରେ ଅବଗତ ଅଛୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତାରା ପୋଲିସକୁ ନିର୍ଦ୍ଦେଶ ଦେଇଛୁ। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଟିମ୍ ନିୟୋଜିତ କରାଯାଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଛଡାଯିବ ନାହିଁ।”

ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି। ଆଉ ଫେରାର ଥିବା ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।                            

Scroll to Top