M

m

ସ୍ଥଳସେନା ପାଇଁ କିଣାଯିବ ନାଗ ମିସାଇଲ୍ ସିଷ୍ଟମ Mk-2, ଯାହା ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଅନ୍ୟାନ୍ୟ ସୁରକ୍ଷା ପ୍ରାଚୀରକୁ ଧ୍ୱଂସ କରିଦେବ । ଶତ୍ରୁଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କିଣାଯିବ ଗ୍ରାଉଣ୍ଡ ବେସଡ ମୋବାଇଲ୍ ଏଲିଆଣ୍ଟ ସିଷ୍ଟମ ଓ ହାଇ କ୍ବାଲିଟି ମୋବିଲିଟି ଭେହିକିଲ୍।

author-image

India-Army-Defence-Equipment

India-Army-Defence-Equipment Photograph: (OTV)

ଥରହର କମ୍ପିବ ଶତ୍ରୁ, ଡରିବ ପାକିସ୍ତାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ତିନି ସେନାକୁ ମିଳିବ ୭୯ ହଜାର କୋଟିର ଘାତକ ଯୁଦ୍ଧାସ୍ତ୍ର… କେହି ଭାରତକୁ ଆଖି ଉଠାଇ ଚାହିଁଲେ ଧ୍ୱଂସ ହୋଇଯିବ, ମିଳିବ ମୁହଁତୋଡ ଜବାବ । ଶତ୍ରୁର ବେକ ମୋଡିବାକୁ ତିନି ସେନା ପାଇଁ କିଣାହେବାକୁ ଯାଉଛି ୭୯ ହଜାର କୋଟି ଟଙ୍କାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସାମରିକ ଉପକରଣ । 

ସ୍ଥଳସେନା ପାଇଁ କିଣାଯିବ ନାଗ ମିସାଇଲ୍ ସିଷ୍ଟମ Mk-2, ଯାହା ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଅନ୍ୟାନ୍ୟ ସୁରକ୍ଷା ପ୍ରାଚୀରକୁ ଧ୍ୱଂସ କରିଦେବ । ଶତ୍ରୁଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କିଣାଯିବ ଗ୍ରାଉଣ୍ଡ ବେସଡ ମୋବାଇଲ୍ ଏଲିଆଣ୍ଟ ସିଷ୍ଟମ ଓ ହାଇ କ୍ବାଲିଟି ମୋବିଲିଟି ଭେହିକିଲ୍। 

ସେହିପରି ନୌସେନା ପାଇଁ ନିର୍ମାଣ ହେବ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ (LPDs) । ଯାହା ନୌସେନାକୁ ସମୁଦ୍ରରେ ବଡ଼ ଧରଣର ଅପରେସନ୍ କରିବାରେ ସହାୟକ ହେବ। ସମୁଦ୍ରରେ ବୁଡ଼ା ଜାହାଜକୁ ନଷ୍ଟ କରିବା ପାଇଁ ଉନ୍ନତ ହାଲୁକା ଟର୍ପେଡୋ କିଣାଯିବ । ପରମାଣୁ କ୍ଷମତା ସମ୍ପନ୍ନ ଛୋଟ ବୁଡ଼ାଜାହାଜକୁ ଟାର୍ଗେଟ କରିବାକୁ ୩୦mm ନୌସେନା ସରଫେସ୍ ଗନ୍ ବି କିଣିବ ଭାରତ । 

ବାୟୁସେନା ପାଇଁ ଲମ୍ବା ଦୂରଗାମୀ ଟାର୍ଗେଟ ସାଚୁରେସନ୍ ବା ବିଧ୍ବଂସକାରୀ ସିଷ୍ଟମ କିଣାଯିବ । ଯାହା ବିମାନକୁ ପାଇଲଟ୍ ବିନା ଉଡ଼ାଣ, ଅବତରଣ, ଲକ୍ଷ୍ୟ ଚିହ୍ନଟ ଓ ଆକ୍ରମଣ କରିବାରେ ସହାୟକ ହେବ । ଅର୍ଥାତ୍ ସ୍ୱୟଂଚାଳିତ ଭାବରେ ଶତ୍ରୁ ଉପରେ କଡା ପ୍ରହାର କରିବ ଏହି ସିଷ୍ଟମ । ଯାହା ବାୟୁସେନାର ଆକ୍ରମଣ ବଳକୁ ଆହୁରି ବଢାଇବ ।

 ଏହାଛଡା ସ୍ୱଦେଶୀ ରାଇଫଲ୍ ପାଇଁ ମଧ୍ୟ ବଡ଼ ଡିଲ୍ କରିଛି ସେନା । ଯେଉଁଥିରେ ୪.୨୫ ଲକ୍ଷ ଦେଶୀ ରାଇଫଲ୍ କିଣିବାକୁ ୨,୭୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ DAC ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବରେ ବାଜିଛି ମୋହର । 

Scroll to Top