K

k

ଭରା ନଦୀରେ ବିପଦପୂର୍ଣ୍ଣ ଯାତ୍ରା, ବାଜି ଲାଗିଛି ଜୀବନ। ରଶି ସାହଯ୍ୟରେ ବେକେ ପାଣିରେ ବୁଡି ନଦୀ ପାର। ହଣ୍ଡାରେ ବସି ଅଙ୍ଗନବାଡି କେନ୍ଦ୍ର ଯାଉଛନ୍ତି କୁନି ଛୁଆ।

author-image

PEOPLE_CROSS_RIVER

PEOPLE_CROSS_RIVER Photograph: (OTV)

ଭରା ନଈରେ ବାଜିରେ ଲାଗିଛି ଆଦିବାସୀଙ୍କ ଜୀବନ । ରଶି ସାହାଯ୍ୟରେ ବେକ ଯାଏଁ ପାଣିରେ ବୁଡି ନଦୀ ପାର ହେଉଛନ୍ତି ଲୋକ। ଛୋଟ ପିଲାଙ୍କୁ ମଧ୍ୟ ହଣ୍ଡା ଭିତରେ ଭର୍ତ୍ତି କରି ନଦୀ ପାର କରାଯାଉଛି। ଏଭଳି ବିପଦପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା କଡ଼ାମାହା ଗାଁରେ। ବର୍ଷ ବର୍ଷ ଧରି ଏପରି ବୁଢ଼ା ନଦୀ ପାର ହେଉଛନ୍ତି ଆଦିବାସୀ। 
କେବଳ ଯେ କଡ଼ାମାହା ଗ୍ରାମବାସୀ ନୁହନ୍ତି ଡୁବ୍ଲାମାହା ଓ ମାଲିମାହା ଗାଁର ଲୋକେ ମଧ୍ୟ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି। ଏଠାରେ ପ୍ରାୟ ୧୦୦ ପରିବାର ବାସ କରୁଥିଲେ ବି ବ୍ରିଜ କିମ୍ବା ରାସ୍ତାର ସୁବିଧା ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବୁଢା ନଦୀ ବାଧକ ସାଜୁଥିବା ଯୋଗୁ ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ପହଞ୍ଚିପାରୁନି। 
ବୁଢ଼ା ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ ଲାଗି ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ଦେଖନ୍ତୁ:

Scroll to Top