ଆତଙ୍କିତ ହୁଅନି, ସତର୍କ ରୁହ : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ

ଆତଙ୍କିତ-ହୁଅନି,-ସତର୍କ-ରୁହ-:-ସମ୍ଭାବ୍ୟ-ବାତ୍ୟାକୁ-ନେଇ-ସରକାର-ପ୍ରସ୍ତୁତ-କହିଲେ-ମନ୍ତ୍ରୀ

ଆତଙ୍କିତ ହୁଅନି, ସତର୍କ ରୁହ : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ

Published By: Prativa – Prameya-News7 Bureau | October 24, 2025 02:43 PM

NEWS7

weather

ଭୁବନେଶ୍ୱର ୨୪/୧୦: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା । ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା । ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବ । ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବା ସମ୍ଭାବନା । ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା । 

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଆଇଏମଡିର ଆକଳନ ପରେ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ହେଉ କି ନ ହେଉ ସରକାର ପ୍ରସ୍ତୁତ । ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ବି ପ୍ରସ୍ତୁତ ସରକାର ।

ଶୁଖିଲା ଖାଦ୍ୟ ମହଜୁଦ ଅଛି। ଶକ୍ତି ବିଭାଗକୁ ବି ଆଲର୍ଟ କରାଯାଇଛି।  ସେଭଳି ସ୍ଥିତି ଉପୁଜେ କିପରି ପୁନଃ ସ୍ଥାପନ କରାଯାଇ ପାରିବ। ଲଘୁଚାପ ଜନିତ ବର୍ଷା ସହିତ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି । 

Scroll to Top