କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ,ଏବେ ଆଉ ମନମାନି କରିପାରିବେନି ସୋସିଆଲ ମିଡିଆ କମ୍ପାନୀ

କେନ୍ଦ୍ର-ସରକାରଙ୍କ-ବଡ଼-ପଦକ୍ଷେପ,ଏବେ-ଆଉ-ମନମାନି-କରିପାରିବେନି-ସୋସିଆଲ-ମିଡିଆ-କମ୍ପାନୀ

ନୂଆଦିଲ୍ଲୀ ୨୩।୧୦: ଭାରତ ସରକାର ସୋସିଆଲ ମିଡିଆ ଗାଇଡଲାଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏକ୍ସ ସହିତ କୋର୍ଟରେ ଲଢେଇ ପରେ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି। ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ସୂଚନା ପ୍ରଯୁକ୍ତି ନିୟମ ୨୦୨୧ରେ ସଂଶୋଧନ ବିଜ୍ଞାପିତ କରିଛନ୍ତି। ସରକାରଙ୍କ କହିବା କଥା ହେଉଛି ଏହି ପରିବର୍ତ୍ତନ ସୋସିଆଲ ମିଡିଆ କମ୍ପାନୀ ଯେପରି ମନମାନି ନ କରିବେ ତାହା ସୁନିଶ୍ଚିତ କରିବା। ଏହା ଦ୍ୱାରା ବେଆଇନ କଣ୍ଟେଣ୍ଟ ହଟାଇବା ଆହୁରି ପାରଦର୍ଶି ହେବ।

ଆଇନରେ ସବୁଠୁ ବଡ଼ ପରିବର୍ତ୍ତନ ଅବୈଧ ସୂଚନା ହଟାଇବାର ଆଦେଶ ଜାରି କରୁଥିବା ଅଧିକାରୀଙ୍କ ପଦକୁ ନେଇ କରାଯାଇଛି। ଏବେ କେବଳ ବରିଷ୍ଠ ପଦରେ ଥିବା ଅଧିକାରୀ ଏହି ଆଦେଶ ଜାରି କରିପାରିବେ। ସୋସିଆଲ ମିଡିଆରୁ ବେଆଇନ ସୂଚନା ହଟାଇବାକୁ ନିର୍ଦ୍ଦେଶ ଏବେ ଯୁଗ୍ମ ସଚିବ ଓ ସମକକ୍ଷ ପଦବୀ ତଳେ ଥିବା ଅଧିକାରୀଙ୍କ ଦ୍ୱାରା ଆଉ ଜାରି ହୋଇ ପାରିବନି। ଏଥିରେ ଆଉ ଏକ ମୁଖ୍ୟ ସଂଶୋଧନ ହେଉଛି ଅଧିକାରୀ ଏବେ ଅବୈଧ କଣ୍ଟେଣ୍ଟ ହଟାଇବା ନିର୍ଦ୍ଦେଶ ଦେବା ବେଳେ ଏଥି ପାଇଁ ସ୍ୱତନ୍ତ୍ର ବିବରଣୀ ମଧ୍ୟ ଦେବେ।

ସେହିପରି ମନ୍ତ୍ରାଳୟଙ୍କ ଅନୁସାରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟର ମାସିକିଆ ସମୀକ୍ଷା ମଧ୍ୟ କରାଯିବା ଦରକାର। ଏଥିରୁ ଏହା ସୁନିଶ୍ଚିତ ହୋଇ ପାରିବ ଯେ ଏପରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଅନୁପାତିକ ଓ ଆଇନ ଅନୁରୂପ ହୋଇଛି। ସରକାରଙ୍କ ଦ୍ୱାରା ଏହି ସଂଶୋଧନ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଏକ୍ସ ର ସେହି ପିଟିସନ ଖାରଜ କରିବା ପରେ ଆସିଛି , ଯେଉଁଥିରେ ସରକାରୀ ଅଧିକାରୀଙ୍କ ଇନଫର୍ମେସନ ବ୍ଲକିଂ ଅର୍ଡର ଜାରି କରିବାର ଅଧିକାରକୁ ଚ୍ୟାଲେଞ୍ଜ କରାଯାଇଥିଲା।

କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଖାସ କରି ମହିଳା ସମ୍ପର୍କିତ ଅପରାଧ ମାମଲାରେ ସୋସିଆଲ ମିଡିଆକୁ ରେଗୁଲେଟ କରିବା ଏବେ ଜରୁରି ହୋଇପଡିଛି। ଏଥିରେ ସରକାରଙ୍କ କହିବା କଥା ହେଉଛି ଏହି ସଂଶୋଧନ ଦ୍ୱାରା ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ ରାଜ୍ୟର ଆଇନ ନିୟାମକ ଶକ୍ତି ମଧ୍ୟରେ ସନ୍ତୁଳନ ରହିବ।  

Scroll to Top