ନିର୍ବାଚନ ପୂର୍ବରୁ ସରେଣ୍ଡର କରିସାରିଛନ୍ତି ବିରୋଧୀ, ନୂଆପଡ଼ାରେ ବିଜେପି ହିଁ ବାଜିମାତ କରିବ

ନିର୍ବାଚନ-ପୂର୍ବରୁ-ସରେଣ୍ଡର-କରିସାରିଛନ୍ତି-ବିରୋଧୀ,-ନୂଆପଡ଼ାରେ-ବିଜେପି-ହିଁ-ବାଜିମାତ-କରିବ

ନିର୍ବାଚନ ପୂର୍ବରୁ ସରେଣ୍ଡର କରିସାରିଛନ୍ତି ବିରୋଧୀ, ନୂଆପଡ଼ାରେ ବିଜେପି ହିଁ ବାଜିମାତ କରିବ

Published By: Kirti – Prameya-News7 Bureau | October 23, 2025 12:22 PM

NEWS7

krushna

ନୂଆପଡ଼ା ୨୩।୧୦ : ନୂଆପଡ଼ା ଉପନିର୍ବାଚନରେ ବିଜେପି ଏକତରଫା ବିଜୟୀ ହେବ । ବିଜେଡି ନିର୍ବାଚନ ପୂର୍ବରୁ ସରେଣ୍ଡର କରିଦେଇଛି । ଆଉ କଂଗ୍ରେସର ସ୍ଥିତି ଏବେ ବହୁତ ଖରାପ । ଆମର ମୂଳମନ୍ତ୍ର ହେବେ ବିକାଶ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ଆମେ ବହୁତ ସୁଧାରିଛୁ । ବିଜେଡି ସରକାର ହତ୍ୟାର ଯୁଗ ଚଳାଇଥିଲେ । ଯାହାକୁ ମନ ହେଲା, ତାକୁ ହତ୍ୟା କରିଦେଉଥିଲେ । ଗତକାଲିର ଘଟଣାରୁ ଏହା ଜଣାପଡିଗଲା । କେବଳ ନବ ଦାସ ନୁହେଁ ଆଉ ପୀତବାସଙ୍କୁ ମଧ୍ୟ ସେ ହତ୍ୟା କରିଛନ୍ତି ।  ବିଜେଡି ସରକାରରେ ନାରୀ ନିର୍ଯାତନା ବଢିଥିଲା । ଏବେ ତାର ମୁଖା ଖୋଲିସାରିଲାଣି । ସେ ଆଉ କଣ ଲଢେଇରେ ରହିବେ । ଚଳିତ ନୂଆପଡ଼ା ଉପନିର୍ବାଚନରେ ପୀତବାସଙ୍କୁ ବିଜେଡି ନେତାଙ୍କ ହତ୍ୟା କରିବାର ଆମର ମୁଖ୍ୟ ପ୍ରସଙ୍ଗ ରହିବ । ଲୋକଙ୍କ ସରକାର ବିଜେପି । ତେଣୁ ନୂଆପଡ଼ାରେ ବିଜେପି ହିଁ ବାଜିମାତ କରିବ । ​​​

Scroll to Top