ମେଷ – ଗୁରୁବାର ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ ଏବଂ ପଦୋନ୍ନତିର ସୁଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ ଅଟକି ଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି।
ବୃଷ – ଆସନ୍ତାକାଲି ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ବ୍ୟବସାୟରେ କିଛିଟା ଲାଭ ଦେଖାଦେଇପାରେ, କିନ୍ତୁ କୌଣସି ବଡ଼ ନିଷ୍ପତ୍ତି ନେବାରୁ ବିରତ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଦିନଟି ମିଶ୍ରିତ ଫଳ ଦେବ।
ମିଥୁନ – ଏହି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସିର ଓ ଉତ୍ସାହପୂର୍ଣ୍ଣ ହେବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଶେଷ ସଫଳତା ମିଳିବାର ଯୋଗ ଅଛି। ପ୍ରେମ ସମ୍ପର୍କ ମଧୁର ରହିବ ଓ ଆପଣଙ୍କୁ ବନ୍ଧୁମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
କର୍କଟ – ଗୁରୁବାର ଆପଣ କିଛି ମାନସିକ ଚିନ୍ତା ଅନୁଭବ କରିପାରନ୍ତି। ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ଚାକିରିରେ ପ୍ରଶଂସା ପାଇବେ। ଜମି କିମ୍ବା ଗୃହ ସମ୍ବନ୍ଧୀୟ କାର୍ଯ୍ୟଗୁଡିକରେ ବିଳମ୍ବ ହୋଇପାରେ। ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ସିଂହ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସମାଜରେ ମାନସମ୍ମାନ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ବଡ଼ ଭାଇ କିମ୍ବା ବନ୍ଧୁଙ୍କ ସହଯୋଗ ମିଳିବ। ତରବରିଆ ନିଷ୍ପତ୍ତି ନେବାରୁ ନିଜକୁ ନିବୃତ୍ତ ରଖନ୍ତୁ।
କନ୍ୟା – ଆପଣଙ୍କ ବାକ୍ୟଶକ୍ତି ଯୋଗୁଁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଧନ ସଞ୍ଚୟ କରିବାରେ ସଫଳ ହେବେ। ପରିବାରରେ ଆନନ୍ଦର ବାତାବରଣ ରହିବ। କିନ୍ତୁ ଆଖି ସମ୍ବନ୍ଧୀୟ କିଛି ସାମାନ୍ୟ ସମସ୍ୟା ଦେଖା ଦେଇପାରେ।
ତୁଳା – ଆପଣ ଉତ୍ସାହପୂର୍ଣ୍ଣ ରହିବେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସହଜରେ ସଫଳ ହେବେ। ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ରହିବ ଓ ସାମାଜିକ ସମ୍ପର୍କ ବଢ଼ିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରୁହନ୍ତୁ।
ବିଛା – ଆସନ୍ତାକାଲି ଆପଣଙ୍କୁ ଅନାବଶ୍ୟକ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି ଦୂର ଯାତ୍ରା ହେବାର ସମ୍ଭାବନା ଅଛି, ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଶତ୍ରୁମାନେ ପରାସ୍ତ ହେବେ, କିନ୍ତୁ ଗୁପ୍ତ ଶତ୍ରୁ ପ୍ରତି ସାବଧାନ ରୁହନ୍ତୁ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ।
ଧନୁ – ଗୁରୁବାର ଆପଣଙ୍କର ଆୟ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି। ସବୁ ଅଭିଳାଷ ପୂର୍ଣ୍ଣ ହେବ ଓ ସାମାଜିକ ପ୍ରତିଷ୍ଠା ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ। ସନ୍ତାନଙ୍କ କାର୍ଯ୍ୟରେ ସୁଖ ଅନୁଭବ କରିବେ।
ମକର – କର୍ମକ୍ଷେତ୍ରରେ ଆପଣଙ୍କୁ ଉଚ୍ଚ ସଫଳତା ମିଳିବ ଓ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ବାଦବିବାଦରୁ ଦୂରେଇ ରୁହନ୍ତୁ ଓ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ।
କୁମ୍ଭ – ଆପଣ ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।
ମୀନ – ଗୁରୁବାର ଆପଣଙ୍କୁ ସାମାନ୍ୟ ସତର୍କ ରହିବାକୁ ପଡିବ। ସ୍ୱାସ୍ଥ୍ୟ ସମସ୍ୟା, ବିଶେଷ କରି ପେଟ ସମ୍ବନ୍ଧୀୟ ରୋଗ, ଦେଖା ଦେଇପାରେ। ଅର୍ଥ କାରବାରରେ ବିଶେଷ ଯତ୍ନ ନିଅନ୍ତୁ, କିନ୍ତୁ ହଠାତ୍ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ଗୁପ୍ତ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682




